କାର୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ! ରାସ୍ତାକଡ଼କୁ ଫିଙ୍ଗି ଦେଇ ପଳାଇଲେ ଦୁର୍ବୃତ୍ତ, ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ଖୋର୍ଦ୍ଧା : ରାଜଧାନୀରୁ ଭଡ଼ା କାର୍‌ରେ ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା ଉପକଣ୍ଠ ଜେମାଦେଈ ଛକ ନିକଟ ଶ୍ମଶାନ କଡ଼ରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କ ସହ ବହୁତ କିଛି ଘଟିଛି ଏବଂ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍‌ପି ହସ୍ପିଟାଲକୁ ଆସି ଯୁବତୀଙ୍କୁ ପଚରାଉଚରା କରିଛନ୍ତି। ତେବେ ତାଙ୍କ ସହ କ’ଣ ଘଟିଛି ତାହା ରହସ୍ୟ ହୋଇ ରହିଛି। ଯୁବତୀଙ୍କ ମାନସିକ ଅବସ୍ଥା ସଂପୂର୍ଣ୍ଣ ସ୍ବାଭାବିକ ହୋଇ ନ ଥିବା ବେଳେ ପୁଲିସ ଏବେ ଏ ନେଇ କିଛି ପ୍ରକାଶ କରୁ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଜେମାଦେଈପୁରର କିଛି ଯୁବକ ଗ୍ରାମ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଜଣେ ଯୁବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କର ଶରୀର କ୍ଷତାକ୍ତ ହୋଇଥିବା ଓ ପିନ୍ଧା ପୋଷାକ ଏବଂ ଅନ୍ତଃବସ୍ତ୍ର ଚିରି ଯାଇଥିଲା। ଯୁବତୀଙ୍କ ଚେତା ଫେରିବା ପରେ ସେ ଭୁବନେଶ୍ବରରେ କାମ କରୁଥିବା କହିଥିଲେ। ସେ ସବୁଦିନ ପରି ଆଜି ମଧ୍ୟ କାର୍‌ ଭଡ଼ା କରି ଖୋର୍ଦ୍ଧା ଫେରୁଥିଲେ। ସେହି କାର୍‌ରେ ୩ ଜଣ ବସିଥିଲେ। ତେବେ ତାଙ୍କ ସହ ବହୁତ କିଛି ହୋଇଛି ଓ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ଉଦ୍ଧାର କରିଥିବା ଯୁବକମାନଙ୍କ ଆଗରେ କାନ୍ଦି କାନ୍ଦି ପ୍ରକାଶ ପରିଥିଲେ। ତେଣୁ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ସନ୍ଦେହ କରି ଯୁବକମାନେ ପୁଲିସକୁ ଖବର ଦେବା ସହ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍ ଆଣିଥିଲେ। ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ। ରାତି ପ୍ରାୟ ସାଢେ଼ ୮ଟା ବେଳେ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ମଧ୍ୟ ହସ୍‌ପିଟାଲରେ ପହଞ୍ଚିଥିଲେ।

dennis-tiwary.com

ଉଦ୍ଧାର ହୋଇଥିବା ଯୁବତୀ ଜଣକ ପୁଲିସକୁ ଦେଇଥିବା ବୟାନରୁ ତାଙ୍କର ବୟସ ୩୩ ବର୍ଷ ଓ ସେ ଅବିବାହିତ ବୋଲି ଜଣାପଡ଼ିଛି। ତାଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ। ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା’ ଖୋର୍ଦ୍ଧାରେ ରହୁଛନ୍ତି। ଆଜି ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ। ଖଣ୍ତଗିରି ଛକରୁ ଏକ ଭଡ଼ା କାର୍‌ରେ ଆସୁଥିଲା ବେଳେ ବାଟରେ ଏଭଳି କିଛି ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର