ନୂଆପଡ଼ା: ସ୍ମରଣ ଶକ୍ତି ହରାଇଥିବା ନାବାଳିକା ଉଦ୍ଧାର

ନୂଆପଡ଼ା: ଗୁଣି ଗାରେଡ଼ି ପରେ ସ୍ମରଣ ଶକ୍ତି ହରାଇଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବରଗାଁକୁ ଚାଲି ଆସିଥିବା  ଜଣେ ଅଚିହ୍ନା ଆଦିବାସୀ ନାବାଳିକାଙ୍କୁ ସ୍ଥାନୀୟ ଲୋକ ତଥା ବୋଡେନ ପୁଲିସ ଉଦ୍ଧାର କରିଛି। ନାବାଳିକାଜଣକ ସିନାପାଲି ଥାନା କାନ୍ଦୁଲକନା ଗାଁର ତପିରାମ ମାଝିଙ୍କ ଝିଅ ପ୍ରେମଣି ମାଝୀ ବୋଲି ଜଣାପଡ଼ିଛି।

image source-kalinga tv

ଆଜି ସକାଳୁ ତାର ପରିବାରକୁ ନ ଜଣାଇ ସେ ବରଗାଁକୁ ଚାଲିଆସିଥିଲେ। ସ୍ଥାନୀୟ ଲୋକେ ପତ୍ତା ପାଇନଥିବାରୁ ବୋଡ଼େନ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନାବାଳିକାଙ୍କର ବାପା ବରଗାଁରୁ ଝିଅକୁ ଭେଟି ଖୁସି ହୋଇଛନ୍ତି। ଆଦିବାସୀ ନାବାଳିକାଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ବୋଡ଼େନ ଆଇଆଇସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର