ରାଜନଗର : ରାଜନଗର ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗଲା ୩ ଦିନ ହେଲା ଏହି ଭିଡିଓ ମୋବାଇଲ ଫୋନରୁ ମୋବାଇଲ ଫୋନକୁ ଘୂରି ବୁଲୁଥିବା ଜାଣିବା ପରେ ଛାତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏବେ କଟକରେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ୧ ମିନିଟ ଓ ୨୬ ସେକେଣ୍ତର ଦୁଇଟି ଭିଡିଓରେ ଥିବା ଏହି କଲେଜ ଛାତ୍ରୀଙ୍କ ଘର ଆଳି ଅଞ୍ଚଳରେ ବୋଲି ସୂଚନା ମିଳିଥିବା ବେଳେ ଯୁବକଙ୍କ ଘର ରାଜନଗର ଥାନା ଅଂଚଳରେ। ଏକ ଆଜବେଷ୍ଟସ ଘରେ ଏହି ଭିଡିଓ ସୁଂଟି କରାଯାଇଛି। ଅନ୍ୟ ଜଣେ ଏହି ଭିଡିଓ ସୁଟିଂ କରିଥିବା ଜଣା ପଡୁଛି। ଘର ଭିତରେ ଦୁଇଜଣ ଥିବା ବେଳେ ଭିଡିଓଟି କିଏ ସୁଂଟି କଲା ଓ କାହିଁକି ଭାଇରାଲ କଲା, ସେ ନେଇ ନାନା କଥା ଆଲୋଚନା ହେଉଛି। ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ କହିବା ଅନୁଯାୟୀ ଭିଡିଓ ଭାଇରାଲ ସଂପର୍କରେ ସେ ସୂଚନା ପାଇଛନ୍ତି। କିନ୍ତୁ ଏଯାଏ କୌଣସି ଅଭିଯୋଗ ଥାନାରେ ହୋଇନାହିଁ। କିନ୍ତୁ ଏହି ଭିଡିଓ ଭାଇରାଲ ରୋକିବା ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।
ଅଶ୍ଳୀଳ ଭିଡିଓ ଭାଇରାଲ ପରେ ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
/sambad/media/post_attachments/wp-content/uploads/2019/06/Students-Attempt-Suicide-due-to-VDO-Viral_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)