ଗୁରୁତର ଛାତ୍ରୀଙ୍କ ଡାକ୍ତରଖାନାରେ ମୃତ୍ୟୁ, ସର୍ବସମ୍ମୁଖରେ ମାଡ଼ ମାରିବାରୁ ବିଷ ପିଇଥିଲେ

ମ. ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ବସଷ୍ଟାଣ୍ଡ ଠାରେ ଗୁରୁବାର ବିଷ ପିଇ ଗୁରୁତର ହୋଇ ପଡ଼ିଥିବା କଲେଜ ଛାତ୍ରୀ କବିତା ପ୍ରଧାନଙ୍କ ମୃତ୍ୟୁ ଘଟିଛି। ସର୍ବସମ୍ମୁଖରେ ଜଣେ ଯୁବକ ତାଙ୍କୁ ମାଡ଼ ମାରିବାରୁ ଅପମାନିତ ହୋଇ ସେ ବିଷ ପିଇ ଦେଇଥିେଲ। ଏହି ଘଟଣାରେ ମ.ରାମପୁର ଥାନା ପୁଲିସ ନର୍ଲା ବ୍ଲକ ସେରଗଡ଼ ଗାଁର ରାକେଶ ପ୍ରଧାନ (୨୩) ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏତଲା ଅନୁସାରେ, ଗୁରୁବାର କବିତା କଲେଜରୁ ଫେରୁଥିବା ବେଳେ ତା ସହିତ ରାକେଶ ଓ ଅନ୍ୟ ଜଣେ ଯୁବକ ମଧ୍ୟ ରହିଥିଲେ। ରାକେଶଙ୍କ ସହିତ କବିତାଙ୍କ କଥା କଟାକଟି ହୋଇଥିଲା। ଏହି ସମୟରେ କବିତାଙ୍କୁ ରାକେଶ ମାଡ଼ ମାରିଥିଲେ। ଫଳରେ କବିତା ଅପମାନ ସହି ନପାରି କୌଣସି ଏକ କୀଟନାଶକ ବିକ୍ରୟ କେନ୍ଦ୍ରରୁ ରିଫନ ନାମକ ଔଷଧ କିଣି ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଦୁଇଜଣ ଯୁବକ ମ.ରାମପୁର ଡାକ୍ତରଖାନାକୁ ଆଣିଥିଲେ। ବୁର୍ଲା ନେବା ବାଟରେ ବଲାଙ୍ଗୀର ନିକଟରେ କବିତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର