କ୍ଲୋରକୁଇନ୍ ଖାଇ ଛାତ୍ରୀ ମୃତ

ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ରାମଗୁଡା ଗ୍ରାମର ଜଣେ କଲେଜ ଛାତ୍ରୀଙ୍କ ଅତ୍ୟଧିକ କ୍ଲୋରକୁଇନ୍ ବଟିକା ଖାଇବା କାରଣରୁ ମୃତ୍ୟୁ ଘଟିଛି। ପ୍ରକାଶ ଥାଉକି, ରାମଗୁଡା ଗ୍ରାମର ସୀମାଞ୍ଚଳ ମାଝୀଙ୍କ ଝିଅ ରଂଜିତା ମାଝୀ ରାୟଗଡା କଲେଜରେ ଯୁକ୍ତ୩ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ। ରଂଜିତା କଲେଜ ହ‌ଷ୍ଟେଲରେ ରହୁଥିବା ବେଳେ ଗତକାଲି କୌଣସି କାରଣରୁ ଅତ୍ୟଧିକ କ୍ଲୋରକୁଇନ୍ ବଟିକା ଖାଇ ଦେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ରାୟଗଡା ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ରାମଗୁଡା ଗାଁରେ ଶବ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର