ସମ୍ବଲପୁର : ସହରର ଏକ ପ୍ରମୁଖ ମହାବିଦ୍ୟାଳୟର ହଷ୍ଟେଲ୍ରୁ ଜଣେ ଯୁକ୍ତ ୨ ପ୍ରଥମବର୍ଷ ନାବାଳିକା ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ବୁଧବାର ସକାଳେ କଲେଜ୍ ଯିବା ପାଇଁ ହଷ୍ଟେଲ୍ରୁ ବାହାରିଥିଲେ, କିନ୍ତୁ ଆଉ ହଷ୍ଟେଲ୍କୁ ଫେରି ନଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କ ସହ କଥା ହେବା ପରେ ସେ ଘରକୁ ଯାଇ ନଥିବା ହଷ୍ଟେଲ୍ କର୍ତ୍ତୃପକ୍ଷ ଜାଣିଥିଲେ। ଖୋଜାଖୋଜି କରି ନ ପାଇବାରୁ ହଷ୍ଟେଲ୍ର ସୁପରିନ୍ଟେଣ୍ଡେଣ୍ଟ ଧନୁପାଲି ଥାନାରେ ଛାତ୍ରୀ ନିଖୋଜ ହୋଇଯାଇଥିବା ନେଇ ବୁଧବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ହଷ୍ଟେଲରୁ ଛାତ୍ରୀ ନିଖୋଜ
/sambad/media/post_attachments/wp-content/uploads/2022/02/woman.jpg)