ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତ ସୁନାଭୂଇଁ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କମ୍ପୁଟର କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳରେ ଜଣେ ଛାତ୍ରୀ ଭାସି ଯାଇଛନ୍ତି। ଘଟଣାସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଦୁଇଘଣ୍ଟା ହେଲା ତାଙ୍କର ପତ୍ତା ମିଳିନାହିଁ।
ସୂଚନା ମୁତାବକ, ବନ୍ତଳା ଥାନା ସୁନାଭୂଇଁ ସାହିର ପ୍ରମୋଦ ବେହେରାଙ୍କ ଝିଅ ପ୍ରୀତି ବେହେରା (୧୮) ଆଜି କମ୍ପୁଟର କ୍ଲାସ କରିବାକୁ ବନ୍ତଳା ଯାଇଥିଲେ। ସେଠାରୁ ସେ କ୍ଲାସ ସାରି ଘରକୁ ଫେରୁଥିବା ବେଳେ ଘୋଡାଡିଆଁ ନାଳ ପାର ହେବା ବେଳେ ପୋଲ ଉପରେ ଆସୁଥିବା ବର୍ଷା ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକମାନେ ଏନେଇ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/6c862750-baf5-42f4-8d6f-78a21c368dd4.jpeg)