ରାଉରକେଲା : ଗତକାଲି ଶିବରାତ୍ରୀ ଅବସରରେ ଜଟିଆ ବାବା ଶୈବପୀଠକୁ ଯାଇ ପାହାଡ଼ରୁ ପଥର ଖସି ଆହତ ହୋଇଥିବା ଛାତ୍ରୀ ନିର୍ଜଳା ବଡାଇକ ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା ହଲ୍ରେ ଚେତା ହରାଇ ହୋଇ ତଳେ ପଡିଯାଇଥିଲେ। ପରୀକ୍ଷା କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହାୟତାରେ ନିର୍ମଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଗତକାଲି ମହାଶିବରାତ୍ରୀରେ ପରିବାର ସହ ହାତୀବାରୀ ନିକଟସ୍ଥ ଜଟିଆ ବାବା ଶୈବପୀଠରେ ମହାଦେବ ଦର୍ଶନ କରିବାକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପରିବାର ସହ ମହାଦେବ ଦର୍ଶନ ପାଇଁ ଧାଡିରେ ଛିଡା ହୋଇଥିଲାବେଳେ ହଠାତ୍ ଏକ ବଡ ପଥର ଖଣ୍ଡ ଖସି ପଡିଥିଲା। ଫଳରେ ନିର୍ଜଳାଙ୍କ ସମେତ ୨୪ ଜଣ ଆହତ ହୋଇଥିଲେ। ନିର୍ଜଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ଆଜି ଦ୍ବିତୀୟ ଦିନରେ ଇଂରାଜୀ ପରୀକ୍ଷା ଥିବାରୁ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରି ଦେଇଥିଲେ। ପୂର୍ବାହ୍ନ ସାଢ଼େ ୯ଟାରେ ନିର୍ଜଳା ଅନ୍ୟ ସହପାଠୀଙ୍କ ସହ ହାତୀବାରି ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ଦେବାର ଦେଢ଼ଘଣ୍ଟା ପରେ ଅର୍ଥାତ୍ ସାଢ଼େ ୧୧ଟା ପାଖାପାଖି ସେ ହଠାତ୍ ଚେତା ହରାଇ ସିଟ୍ରୁ ତଳେ ପଡିଯାଇଥିଲେ।
ରାଉରକେଲା : ପରୀକ୍ଷା ହଲ୍ରେ ଚେତା ହରାଇଲେ ଛାତ୍ରୀ
ଜଟିଆ ବାବା ଶୈବପୀଠ ପଥର ଖସିବା ଦୁର୍ଘଟଣାରେ ଆହତ ହୋଇଥିଲେ
/sambad/media/post_attachments/wp-content/uploads/2019/06/exam-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)