ବରଗଡ଼/ଗାଇସିଲାଟ୍: ବରଗଡ଼ ଜିଲ୍ଲା ଗାଇସିଲାଟ୍ ବ୍ଲକ୍ରେ ଗୁରୁବାର ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଁଲୋକେ ପୁଲିସ୍ ଅଧିକାରୀ ଏବଂ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏପରିକି ରାସ୍ତା ଉପରେ ପଡ଼ି ରହିଥିବା ପୁଲିସ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଲୋମଟାଂକୁରା ଦୃଶ୍ୟ ଚହଳ ପକାଇ ଦେଇଛି। ପୁଲିସ୍କୁ ଖୋଲାଖୋଲି ଆକ୍ରମଣ ଘଟଣା ଏବେ ଚର୍ଚ୍ଚାରେ ରହିଛି। ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଏହି ତୁମୁଳକାଣ୍ଡ ଭିଆଇଛନ୍ତି।
/sambad/media/post_attachments/wp-content/uploads/2022/03/bgh1.jpg)
ସୂଚନା ମୁତାବକ, ନୂଆପାଲି ଗାଁର ନିରେନ୍ଦ୍ରୀ ନାଏକ ସାଇକେଲ୍ରେ ନିକଟସ୍ଥ ବଲାଂଗୀର ଜିଲ୍ଲା ସୀମାରେ ଥିବା ଭରସୁଜାସ୍ଥିତ ଜଳନ୍ଧର ମହାବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ବେଳେ ଗିରିଧାରୀ ମହାବିଦ୍ୟାଳୟ ସମ୍ମୁଖରେ ତାଙ୍କୁ ଗୋଟିଏ ଡିଜେଲ୍ ଟ୍ୟାଙ୍କର୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନିରେନ୍ଦ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗ୍ରାମବାସୀ ସେଠାରେ ପହଂଚିବା ପରେ ସ୍ଥିତି ଅଶାନ୍ତ ହୋଇଥିଲା। ଲୋକେ ଟ୍ୟାଙ୍କର୍ ଡ୍ରାଇଭର୍କୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲେ। ଏହି ସମୟରେ ୪ଜଣ ପୁଲିସ୍ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଂଚିଥିଲେ। ସେମାନେ ଡ୍ରାଇଭରକୁ ଥାନାକୁ ନେବା ପାଇଁ ଉଦ୍ୟମ କରିଥିଲେ। ହେଲେ ଡ୍ରାଇଭରକୁ ଖସାଇ ଦେବାକୁ ପୁଲିସ୍ ଯୋଜନା କରୁଥିବା ଅଭିଯୋଗ କରି ଗ୍ରାମବାସୀ ତାତି ଉଠିଥିଲେ। ଯିଏ ଯାହା ପାଇଲା ସେଥିରେ ପୁଲିସ୍ କର୍ମଚାରୀମାନଙ୍କୁ ପିଟି ଚାଲିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/faddeea2-d02f-405a-824e-0fad68b16bb9.jpg)