ଘରୋଇ ବିଦ୍ୟାଳୟରେ  ଛାତ୍ରୀଙ୍କୁ ନିର୍ଯାତନା, ଝିଅକୁ ଘରକୁ ନେଇଗଲେ ଅଭିଭାବକ

କୁଚିଣ୍ଡା: କୁଚିଣ୍ଡା ସହରରେ ଥିବା ଏକ ଘରୋଇ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଦୁଇ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଖବରପାଇ ଛାତ୍ରୀ ଦୁଇଜଣଙ୍କ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ହଷ୍ଟେଲରୁ ଝିଅଙ୍କୁ ନେଇଯାଇଛନ୍ତି। ହଷ୍ଟେଲ୍‌ ୱାର୍ଡେନଙ୍କ ଇଙ୍ଗିତରେ ପରୀକ୍ଷାର କିଛି ସମୟ ପୂର୍ବରୁ ସକାଳ ବ୍ୟାୟାମ ପରେ ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରୀଙ୍କ ଦ୍ବାରା ଉଭୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ନିଜେ ୱାର୍ଡେନ ମଧ୍ୟ ସେମାନଙ୍କୁ ବାଡେଇଥିବା ଅଭିଯୋଗ ହେଇଛି।

ଏ ନେଇ ଛାତ୍ରୀ ଦୁଇଜଣ କହିଛନ୍ତି, ଛାତ୍ରାବାସରେ ନିୟମିତ ଏପରି ୱାର୍ଡେନ୍‌ ଛାତ୍ରୀମାନଙ୍କୁ ନିର୍ଯାତନା ଦିଅନ୍ତି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ କହିଛନ୍ତି, ଏ ବାବଦରେ କୋର କମିଟିରେ ଆଲୋଚନା ହୋଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ବିଦ୍ୟାଳୟର ଶିକ୍ଷକ କହିଛନ୍ତି, ପ୍ରଥମ ଥର ଏପରି ଘଟଣା ନଜରକୁ ଆସିଛି। ଛାତ୍ରୀଙ୍କ ଅଭିଭାବକ ହଷ୍ଟେଲରୁ ଛାତ୍ରୀଙ୍କୁ ନେଇଯାଇଛନ୍ତି। ଛାତ୍ରୀଙ୍କ ଅଭିଭାବକ କହଛନ୍ତି, ପରୀକ୍ଷା ଚାଲିଥିବାରୁ ପୁଲିସ ନିକଟକୁ ଯିବା ନ ବାବଦରେ ଚିନ୍ତା କରିପାରୁ ନାହୁଁ। ପରୀକ୍ଷା ସରିଲେ ଅଭିଯୋଗ କରିବୁ। ଆଜି ଇଂରାଜୀ ପରୀକ୍ଷା ରହିଥିଲା। ମାନସିକ ଚିନ୍ତା ଭିତରେ ଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର