‘ପଦ୍ମଶ୍ରୀ’ ଗ୍ରହଣ କରିବେନି ଗୀତା

ଭୁବନେଶ୍ବର : ଭାରତ ସରକାରଙ୍କ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ପାଇଁ ଗତ ୨୫ ତାରିଖରେ ମନୋନୀତ ହୋଇଥିଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ଘୋଷଣାର କିଛି ‌ଘଣ୍ଟା ପରେ ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି ଗୀତା।

ସମ୍ପ୍ରତି ନ୍ୟୁୟର୍କରେ ରହୁଥିବା ଗୀତା ଏକ‌ ପ୍ରେସ୍ ବିବୃତି ଜାରି କରି କହିଛନ୍ତି, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ମଣିଥିବାରୁ ସେ ଗୌରବ ଅନୁଭବ କରୁଛନ୍ତି। କିନ୍ତୁ ବଡ଼ ଦୁଃଖର ସହ ସେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଅଛି ଓ ଯେଉଁ ସମୟରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି, ତାହା ଭୁଲ ବୁଝାମଣା ସୃଷ୍ଟି କରିପାରେ। ଏହା ସରକାର ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଅଡ଼ୁଆରେ ପକାଇପାରେ।

ସୂଚନାଯୋଗ୍ୟ ଯେ ୨୫ ତାରିଖରେ ଗୀତାଙ୍କ ସହ ଆଉ ତିନି ଜଣ ଓଡ଼ିଆ ଡି ପ୍ରକାଶ ରାଓ, କମଳା ପୂଜାରୀ ଓ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା। ସାହିତ୍ୟ ଓ ଶିକ୍ଷା ‌େକ୍ଷତ୍ରରେ ଅବଦାନ ପାଇଁ ଗୀତାଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧିତ ଖବର