ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକର ଝିଗିଡି ଗ୍ରାମର ରାଇଫୁଲ ଉଲାକା।ରାଇଫୁଲ ଜନ୍ମରୁ ଅନ୍ଧ। କିନ୍ତୁ ତାଂକର ଗୋଟିଏ ଛୋଟିଆ ପରିବାର ରହିଛି। ପରିବାର କହିଲେ ପତ୍ନୀ ହିରାବତୀ ଏବଂ ଦୁଇ ଝିଅ ଭାଗ୍ୟ ଓ ଚନ୍ଦ୍ରାବତୀ। ରାଇଫୁଲ ପିଲାଟି ଦିନରୁ ଅନ୍ଧ ହୋଇଥିବା କାରଣରୁ ଅନ୍ୟ କୌଣସି କାର୍ଯ୍ୟ କରି ପାରୁ ନ ଥିବାରୁ ସେ ଭିକ୍ଷାବୃତ୍ତି କରିବା ସହ ବାଉଁଶରେ କିଛି ଉପକରଣ ପ୍ରସ୍ତୁତ କରି ନିଜ ପରିବାର ଭରଣ ପୋଷଣ କରୁଛନ୍ତି। ଆଉ ସରକାରୀ ସହାୟତା କହିଲେ ମିଳୁଛି କେବଳ ମାସିକ ଭତା ୫ଶହ ଟଙ୍କା। ଏତିକିରେ ତାଙ୍କ ପରିବାର ଭରଣ ପୋଷଣ ହେଉ ନ ଥିବା ବେଳେ ବାଉଁଶ ମଧ୍ୟ ଠିକ୍ ଭାବେ ମିଳୁ ନ ଥିବା ଯୋଗୁଁ ଅଧିକ ଦାମ ଦେଇ ବାଉଁଶ କିଣିବା ରାଇଫୁଲ ସମର୍ଥ ହୋଇ ପାରୁ ନାହାନ୍ତି। ବାଧ୍ୟ ହୋଇ ସେ ଭିକ୍ଷା ବୃତ୍ତିକୁ ଆପଣେଇଛନ୍ତି।
ବଡ ଝିଅ ଭାଗ୍ୟ ୫ ପର୍ଯ୍ୟନ୍ତ ପାଠ ପଢି ଛାଡି ଦେଇଥିବା ବେଳେ ସାନ ଝିଅ କିନ୍ତୁ ୨୦୧୯ ମସିହାରେ ବିଷମକଟକସ୍ଥିତ ମାର୍କମା ମହାବିଦ୍ୟାଳୟରେ ଯୁକ୍ତ ୩ ପାସ କରିଛନ୍ତି। ଏପରିକି ୨୦୨୦ରେ ଡିଡିୟୁଜିକେୱାଇ ଯୋଜନା ମାଧ୍ୟମରେ ସିଲେଇ ତାଲିମ ମଧ୍ୟ ଗ୍ରହଣ କରିଛନ୍ତି। ସାନ ଝିଅକୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ଚାକିରି ମିଳୁନଥିବାରୁ ବାପା ରାଇଫୁଲ ଚିନ୍ତାରେ ଅଛନ୍ତି। ତେଣୁ ବାପା ରାଇଫୁଲଲ ସାନ ଝିଅ ଚନ୍ଦ୍ରାବତୀକୁ ନେଇ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ।
ତେବେ ସୋମବାର ଗୁଡାରୀରେ ଜିଲ୍ଲାପାଳଙ୍କୁ ଶୁଣାଣି ରହିଥିବାରୁ ସେ ଅନ୍ୟ ଅଧିକାରୀଙ୍କୁ ଭେଟି ଫେରିଥିଲେ। ତେବେ ତାଂକ ଝିଅର ଯୋଗ୍ୟତା ଅନୁଯାୟୀ କୌଣସି ଚାକିରି ପ୍ରଦାନ କଲେ ଘର ଚଳିବା ସମ୍ଭବପର ହୋଇଥାନ୍ତା ବୋଲି ନେହାରୁ ହୋଇ ବାପା ରାଇଫୁଲ ପ୍ରକାଶ କରିଛନ୍ତି। ଝିଅ ଚାକିରି ଖଣ୍ଡେ ପାଇଥିଲେ ସେ ଭିକ୍ଷା ବୃତ୍ତି ଛାଡି ଦେଇଥାନ୍ତେ ବୋଲି ମଧ୍ୟ କହିଥିଲେ। ତେବେ ବାରମ୍ବାର ଜିଲ୍ଲାପାଳଙ୍କ ନିକଟକୁ ଆସି ଖାଲି ହାତରେ ଫେରୁଥିବା ସେ କହିଥିଲେ। ତେବେ କେହି ବଦାନ୍ୟ ବ୍ୟକ୍ତି ଯଦି ତାଂକ ଝିଅକୁ ଚାକିରି ଖଣ୍ଡେ ଦେଲେ ତାଂକ ପରିବାର ବଞ୍ଚିଯାଇଥାନ୍ତା ବୋଲି ଆକୁଳ ନିବେଦନ କରିଛନ୍ତି।
“