ପଡ଼ିଶାରେ କିଏ ହୁକ ପକାଉଛନ୍ତି କି ? ଖବର ଦିଅନ୍ତୁ, ପୁରସ୍କାର ପାଆନ୍ତୁ

ଭୁବନେଶ୍ୱର: ବିଦ୍ୟୁତ୍ ଚୋରି ରୋକିବାକୁ ବଡ଼ ପଦକ୍ଷେପ ନେଲା ସେସୁ | ବିଜୁଳି ଚୋରି ବିଷୟରେ ସଂକ୍ରାନ୍ତରେ ଖବର ଦେଲେ ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୁପକ୍ଷ । ଏପରିକି ଖବରଦାତାଙ୍କୁ ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ସମୀକ୍ଷା ବୈଠକ ପରେ କହିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା ।

Telegraph India

ଅର୍ଥାତ ଯଦି ଆପଣଙ୍କ ଅଞ୍ଚଳରେ କେହି ହୁକ ପକାଇ ବିଦ୍ୟୁତ ଜାଳୁଥାନ୍ତି ବା ରାତିରେ ବିଦ୍ୟୁତ ତାର ଚୋରି କରୁଥାନ୍ତି ତେବେ ଆପଣ ଖବର ଦେଇପାରିବେ | ସେପଟେ ଆସନ୍ତା ୨ରୁ ୩ମାସ ଭିତରେ ସେସୁ ଅଞ୍ଚଳ ଗୁଡ଼ିକରେ ଜୋରଦାର ଚଢ଼ାଉ ହେବ । ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

ସେହିଭଳି ଗାଁରେ ସେସୁର ନେଟୱାର୍କ ବଢ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସୋସିଆଲ ମିଡ଼ିଆର ଯୁଗ ହୋଇଥିବାରୁ ଯଦି କୌଣସି ବିଦ୍ୟୁତ୍ ଚୋରି ସଂକ୍ରାନ୍ତରେ ଖବରଦାତା ଜଣାନ୍ତି ତାଙ୍କ ନାମ ଗୋପନ ରଖି ପୁରସ୍କୃତ କରାଯିବ ବୋଲି କହିଛନ୍ତି ବୋଥ୍ରା ।

ସମ୍ବନ୍ଧିତ ଖବର