କେନ୍ଦ୍ରାପଡ଼ା: ବରିଷ୍ଠ ନେତା ଗଣେଶ୍ବର ବେହେରାଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଜିଲ୍ଲା ପରିଷଦ ଜୋନ୍ ସ୍ତରରେ ପ˚ଚାୟତସ୍ତରୀୟ କର୍ମୀମାନେ ଆମଦାନୀ ନେତାଙ୍କ ଦଳରେ ମିଶ୍ରଣକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ବିଜେଡିରୁ ଟିକେଟ୍ ଆଶାୟୀ ଥିବା ନେତାମାନେ ଆଜି ପୁଣିଥରେ ଶୀର୍ଷ ନେତୃତ୍ବଙ୍କୁ ଭେଟି ଫେରାଦ୍ ହୋଇଛନ୍ତି। ପୂର୍ବତନ ବିଧାୟକ କିଶୋର ତରାଇ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ମୁରଲୀଧର ସେଠୀ, ଦୁଷ୍ମନ୍ତ ମଳିକ ପ୍ରମୁଖ ଆଜି ବିଜେଡି ନେତା ଭି.କେ ପାଣ୍ତିଆନ୍, ସା˚ଗଠନିକ ସ˚ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ ଭେଟି ଅସନ୍ତୋଷ ଜଣାଇଛନ୍ତି। ଗଣେଶ୍ବରଙ୍କ ବଦଳରେ ସେମାନଙ୍କ ଭିତରୁ ଜଣଙ୍କୁ ଟିକେଟ୍ ଦେବା ଲାଗି ଦାବି ଜଣାଇଛନ୍ତି।
ଗତ ଶନିବାର ଦିନ ଏହି ଆଶାୟୀମାନେ ବିଜୁ ପରିବାର ସ୍ବାର୍ଥ ନାଁରେ ଏକ କର୍ମୀ ସମ୍ମିଳନୀ ହୋଟେଲ୍ରେ କରାଇ ଅନୁରୂପ ଦାବି ଜଣାଇଥିଲେ। ସେମାନଙ୍କ ସହିତ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ସାମିଲ୍ ଥିଲେ। ମାତ୍ର ଆଜି ସିପ୍ରାଙ୍କୁ ଏମାନଙ୍କ ସହିତ ଦେଖିବାକୁ ମିଳିନାହିଁ। ଏମାନେ ପ୍ରଥମେ ଶଙ୍ଖ ଭବନ ଯାଇ ସା˚ଗଠନିକ ସ˚ପାଦକ ବବିଙ୍କୁ ଭେଟିଥିଲେ। ଗଣେଶ୍ବରଙ୍କ ବିଜେଡିରେ ମିଶ୍ରଣ ଫଳରେ ଦଳୀୟ କର୍ମୀଙ୍କ ମହଲରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଉଛି। ତାଙ୍କୁ ଟିକେଟ୍ ଦିଆଗଲେ ଦଳର ତୃଣମୂଳସ୍ତରରେ କର୍ମୀମାନେ ଅବହେଳିତ ହେବେ। ତେଣୁ ଦଳ ଭିତରେ ଆମ ଆଶାୟୀଙ୍କୁ ଭିତରୁ ଯାହାକୁ ବି ଟିକେଟ୍ ଦିଆଗଲେ ସମସ୍ତେ ମିଳିମିଶି ସହଯୋଗ କରିବେ ବୋଲି ଜଣାଇଥିଲେ। ବବି ଏକଥା ଶୁଣିବା ପରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପାଖକୁ ପଠାଇଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତେ ନିଜ ନିଜର ସାଙ୍ଗଠନିକ ପଦବି ସହିତ ସମସ୍ୟା ସ˚ପର୍କରେ ଲିଖିତ ଜଣାଇବାକୁ ପ୍ରତାପ ସମସ୍ତଙ୍କୁ କହିଥିଲେ। ସମସ୍ତେ ଲିଖିତ ଭାବେ ଆମ ଭିତରକୁ ଜଣଙ୍କୁ ଟିକେଟ୍ ଦେବାକୁ ଲିଖିତ ଭାବେ ଜଣାଇଥିଲେ। ସୁପ୍ରିମୋଙ୍କୁ ଏ କଥା ଜଣାଇ ଦିଆଯିବ ବୋଲି ପ୍ରତାପ କହିଥିଲେ।
ଏହାପରେ ନବୀନ ନିବାସରୁ ଡକରା ଆସିଥିଲା। କିଶୋରଙ୍କୁ ଛାଡ଼ି ଅନ୍ୟ ଚାରି ଆଶାୟୀ ନବୀନ ନିବାସ ଯାଇ ବବିଙ୍କ ସହିତ ପାଣ୍ତିଆନ୍ଙ୍କୁ ଭେଟିଥିବା ଜଣାପଡ଼ିଛି। ନବୀନ ନିବାସରୁ କିଶୋରଙ୍କୁ ଡକରା ନ ଆସିବାରୁ ସେ ଯାଇନଥିବା କୁହାଯାଇଛି। ପାଣ୍ତିଆନ୍ ଆଶାୟୀଙ୍କ କଥା ଶୁଣିବା ସହିତ ଦଳ ପାଇଁ କାମ କରନ୍ତୁ, ଆପଣମାନଙ୍କ କଥା ସୁପ୍ରିମୋ ବୁଝିବେ ବୋଲି କହିବା ପରେ ସମସ୍ତେ ଫେରି ଆସିଛନ୍ତି। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ କହିଛନ୍ତି ଯେ ଗତ ଶନିବାର ଆସି ସେମାନେ ଦାବି ଜଣାଇଥିଲେ। ଆଜି ମଧୢ ଅନୁରୂପ ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ଶୀର୍ଷ ନେତୃତ୍ବଙ୍କୁ ଭେଟି ଆମ ଆଶାୟୀଙ୍କ ଭିତରକୁ ଜଣଙ୍କୁ ଟିକେଟ୍ ଦେବାକୁ କହିଛୁ। ସୁପ୍ରିମୋ ଏହାର ବିଚାର କରି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/39-3.jpg)