ଭୁବନେଶ୍ବର : ସରକାରଙ୍କ ଅବହେଳା ଯୋଗୁଁ ପିଇଟି ଶିକ୍ଷକ ନିଯୁକ୍ତିରୁ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ବଞ୍ଚିତ ହେଉଛନ୍ତି। ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଶିକ୍ଷକମାନଙ୍କ ପାଇଁ ୪% ସ୍ଥାନ ସଂରକ୍ଷିତ ରହିଛି। ହେଲେ ବିଧିବଦ୍ଧ ପାଠ ପଢ଼ି ଯୋଗ୍ୟତା ହାସଲ କରିଥିବା ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦୁଇ ଦୁଇଥର ବିଜ୍ଞାପନ ଦେଇ ଏକାଧିକ ପିଇଟି ପଦ ପାଇଁ ନିଯୁକ୍ତି ସାରିଥିଲେ ହେଁ ସେଥିରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ଅଣଦେଖା କରାଯାଇଛି। ସରକାର ନିଯୁକ୍ତି କ୍ଷେତ୍ରରେ ଦିବ୍ୟାଙ୍ଗ ସଂରକ୍ଷଣ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଯୁକ୍ତିରୁ ବଞ୍ଚିତ କିଛି ଦିବ୍ୟାଙ୍ଗ ପ୍ରାର୍ଥୀ ଏପରି ଅଭିଯୋଗ କରିଛନ୍ତି। ଯଦି ସରକାର ଆଗାମୀ ଦିନରେ ନିଯୁକ୍ତି କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଅଣଦେଖା କରନ୍ତି, ତେବେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ପିଇଟି ଶିକ୍ଷକ ନିଯୁକ୍ତିରେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ସୁଯୋଗ ଦିଅ
/sambad/media/post_attachments/wp-content/uploads/2022/08/PT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)