‘ଚଳଚ୍ଚିତ୍ର ପୁରାଣ’ ଓ ‘ଖାରବେଳ-ଦ ଗ୍ରେଟ୍ ୱାରିଅର’ ପୁସ୍ତକ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପ୍ରଶାନ୍ତ ନନ୍ଦ

କଟକ : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ରଚିତ ଓଡ଼ିଆ ଚଳଚ୍ଚିତ୍ରର ଇତିହାସ ‘ଚଳଚ୍ଚିତ୍ର ପୁରାଣ ଓ ‘ଖାରବେଳ-ଦ ଗ୍ରେଟ୍ ୱାରିଅର୍‌’ ପୁସ୍ତକ ଗତକାଲି ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁଙ୍କୁ ଅର୍ପଣ କରାଯାଇଛି।

ଗତକାଲି ପୂର୍ବାହ୍ନରେ ଲେଖକ ତଥା ସାଂସଦ ପ୍ରଶାନ୍ତ ନନ୍ଦ ନୂଆଦିଲ୍ଲୀଠାରେ ଉପ-ରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁଙ୍କୁ ଭେଟି ପୁସ୍ତକ ଦୁଇଟିକୁ ଅର୍ପଣ କରିଥିଲେ। ଉପ-ରାଷ୍ଟ୍ରପତି ଏଥିପାଇଁ ଶ୍ରୀ ନନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୁସ୍ତକ ପ୍ରଦାନ ସମୟରେ କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଆ ଉପଦେଷ୍ଟାମଣ୍ତଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ନାସନାଲ ବୁକ୍ ଟ୍ରଷ୍ଟ୍ ଅଫ୍‌ ଇଣ୍ତିଆର ଓଡ଼ିଆ ସଂପାଦକ ଡକ୍ଟର ପ୍ରମୋଦ ସର, ଓଡ଼ିଶା ବୁକ୍ ଏମ୍ପୋରିୟମ୍‌ର ପ୍ରକାଶକ ଶିବାଶିଷ କର, ଲିଫି ପବ୍ଳିକେଶନର ପ୍ରକାଶକ ରମେଶ ମିତ୍ତଲ ଓ ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର