ଦେଢ଼ଶହ ବସ୍ ଚାଳକଙ୍କ ପରିବାରକୁ ଦିଆଗଲା ରାସନ ସହାୟତା

ଆଜି ଅର୍ଚ୍ଚିତାଙ୍କ ଜନ୍ମଦିନରେ ଏହି କାମ ଟି ହେଇଥିବାରୁ ଆମେ ଦୁହେଁ ଅତି ଆନନ୍ଦିତ : ସବ୍ୟସାଚୀ-ଅର୍ଚ୍ଚିତା

ଭୁବନେଶ୍ବର: ମହାମାରୀ କରୋନା କାଳରେ ବସ ଡ୍ରାଇଭର, ହେଲ୍ପଅର୍ ଓ କର୍ମଚାରୀ ଅନେକ ଦୁଃଖ କଷ୍ଟ ଭିତରେ ବୁଡି ଯାଇଛନ୍ତି । ଗତକାଲି ସୋସିଆଲ ମିଡ଼ିଆରେ ଆସି ଗୋଟିଏ ଭିଡିଓ ପହଞ୍ଚିଲା। ସେଥିରେ କିଛି ବସ୍ ଚାଳକ, କଣ୍ଡକ୍ଟର ଓ ହେଲ୍ସର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଗାଡ଼ି ଆଗରେ ଛିଡ଼ା ହୋଇ ସହାୟତା ନିବେଦନ କରୁଥିଲେ।

ସେମାନଙ୍କ ମଧ୍ୟରୁ ଜଣେ କହୁଥିଲେ, ‘ ଆମେ କରୋନା ଆସିବା ପରଠୁ ୨ବର୍ଷ ହେବ ବହୁ ଅସୁବିଧା ଭିତରେ ଅଛୁ। ଗତବର୍ଷ ଯାହା ଯେମିତି ଗଲା, ଏବର୍ଷ ୨ମାସରୁ ଅଧିକ ଦିନ ବିତିଲାଣି ବସ୍ ଗଡ଼ିଲାନି। ଆମ ପରିସ୍ଥିତି ଆଉ ଦେଖିହେଉ ନାହିଁ । ରାଜ୍ୟରେ ୧୨ ହଜାର ଗାଡ଼ି ଚାଲୁଥିଲା ବେଳେ ଲକ୍‌ଡାଉନ୍ ଯୋଗୁ ସବୁ ବନ୍ଦ । ଅଧିକାଂଶ ଷ୍ଟାଫ୍ ଗାଁରେ। ଆମେ ୧୦୦-୧୫୦ ପରିବାର ପିଲାଛୁଆ ଧରି ଘରଭଡ଼ା ନେଇ ଏଠି ପଡ଼ିଛୁ । ଚୁଲି ଜଳିବାକୁ ପାଖରେ ଟଙ୍କାଟିଏ ନାହିଁ । ମାଲିକମାନେ ପ୍ରଥମେ କିଛି କିଛି ସାହାଯ୍ୟ କଲେ । ଏବେ ସେମାନଙ୍କ ଅବସ୍ଥା ବି ଖରାପ।

ସେମାନେ ଆମକୁ କ’ଣ ଦେବେ ? ଓଳିଏ ଖାଇଲେ ତିନିଦିନ ଓପାସ ରହୁଛୁ। ଭାତ ଛାଡ଼ନ୍ତୁ, ମୁଢ଼ି ମୁଠାଏ କି ଚୁଡ଼ା ଗଣ୍ଡାଏ ମିଳୁନି।  ଆମେ କରିବୁ କଣ? ଯଦି କେହି ସାହାଯ୍ୟ କରିବେ ତେବେ ଆମମାନଙ୍କ ଜୀବନ ବଞ୍ଚି ଯଆନ୍ତା’ ।

ଏହି ଭିଡିଓଟି ପାଇବା ପରେ ସବ୍ୟସାଚୀ ସଙ୍ଗେ ସଙ୍ଗେ ଉଦ୍ୟମ ଆରମ୍ଭ କରିଥିଲେ। ଆଜି ବରମୁଣ୍ଡା ବସଷ୍ଟାଣ୍ଡରେ ସେମାନଙ୍କ ପାଖରେ ଶୁଖିଲା ରାସନ ସାମଗ୍ରୀ ଓ କଞ୍ଚା ପରିବା ପହଞ୍ଚାଇଛନ୍ତି। ଉଭୟେ ସବ୍ୟସାଚୀ ଓ ଅର୍ଚ୍ଚିତା ସେମାନଙ୍କ ପାଖକୁ ଯାଇ ସୁଖଦୁଃଖ ବୁଝିବା ସହ ଏହିସବୁ ଜିନିଷ ଦେଇଥିଲେ। ସୌଭାଗ୍ୟକୁ ଆଜି ଥିଲା ଅର୍ଚ୍ଚିତାଙ୍କ ଜନ୍ମଦିନ।

ତେଣୁ ଏହି ଦିନକୁ ଆଉ ଟିକେ ସ୍ମରଣୀୟ କରିବାକୁ ଯାଇ ଦୁହେଁ ବସ୍ ଚାଳକ ଓ ସେମାନଙ୍କ ପରିବାର ଲୋକଙ୍କ ସହ ଖୁସି ବାଣ୍ଟିବା ଲାଗି ସାମିଲ ହୋଇଥିଲେ। ରାଜଧାନୀ ପରିବହନ କର୍ମଚାରୀ ସଂଘର ପତ୍ୟେକ ସଦସ୍ୟ ଓ ସଂଘର ସଭାପତି ନବକିଶୋର ମହାନ୍ତି ଉପସ୍ଥିତ ଥିବା ସହିତ ସବ୍ୟସାଚୀ, ଅର୍ଚ୍ଚିତା ଓ ସ୍ମାଇଲ ପ୍ଲିଜ୍ର ସ୍ବେଚ୍ଛାସେବୀ ପ୍ରବୀଣ ଅଗ୍ରୱାଲ ଓ କିଶୋର ୱାଦର୍, ପ୍ରଶାନ୍ତ ଓ ଅନ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ସମ୍ବନ୍ଧିତ ଖବର