ପୁରୀ : ଯୁବ ସାଂସ୍କୃତିକ ଅନୁଷ୍ଠାନ ‘ଜାତୀୟ ଯୁବ ସମନ୍ବିତ କେନ୍ଦ୍ର’ ପକ୍ଷରୁ ଆୟୋଜିତ ‘ଗ୍ଲୋରିଫେଷ୍ଟ୍’ ରୌପ୍ୟ ଜୟନ୍ତୀର ପଞ୍ଚମ ସନ୍ଧ୍ୟା ଆଜି ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଯୁବ ଶକ୍ତି ଆଗକୁ ବଢ଼ିଲେ ଦେଶ ଆଗକୁ ବଢିବ। ତେଣୁ ଯୁବ ଶକ୍ତି ମଧ୍ୟରେ ଉତ୍ସାହ ପାଇଁ ଏଭଳି ଯୁବ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି। କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଶଙ୍କର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆଜିର ଉଦ୍ଘାଟନ ଉତ୍ସବରେ ଦିଲ୍ଲୀ ପବ୍ଲିକ ସ୍କୁଲ ରାଉରକେଲାର ଶକ୍ତି ସମ୍ପନ୍ନା ପରିଡା ଚିତ୍ତାକର୍ଷକ ଉଦଘାଟନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ଗ୍ଲୋରିଫେଷ୍ଟ୍ରେ ପଞ୍ଚମ ସନ୍ଧ୍ୟା : ଯୁବଶକ୍ତି ଆଗକୁ ବଢ଼ିବାକୁ ରାଜ୍ୟପାଳଙ୍କ ଆହ୍ୱାନ
/sambad/media/post_attachments/wp-content/uploads/2020/01/glory-fest.jpg)