ଜାନୁଆରି ୫ରୁ ପୁରୀରେ ଗ୍ଲୋରିଫେଷ୍ଟ

ପୁରୀ : ଆସନ୍ତା ଜାନୁଆରି ୫ରୁ ୨୪ତମ ଜାତୀୟସ୍ତରୀୟ ଗ୍ଲୋରି ଫେଷ୍ଟ-୨୦୧୯ ଆରମ୍ଭ ହେବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଜାତୀୟ ଯୁବ ସମନ୍ବିତ କେନ୍ଦ୍ର’ର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ୫ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟର ୫୦ଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୫ ଶହ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ଅବସରରେ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମହୋତ୍ସବର ଶେଷ ଦୁଇ ଦିନ ଜାନୁଆରି ୮ ଓ ୯ ତାରିଖରେ ପୁରସ୍କାର ବିତରଣ ଓ ଉଦ୍‌ଯାପନୀ ସମାରୋହ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ବୋଲି ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର