ଗ୍ଲୋରି କୁଇନ ହେଲେ ରାଉରକେଲାର ପ୍ରତୀକ୍ଷା

ପୁରୀ: ଯୁବ ସାଂସ୍କୃତିକ ଅନୁଷ୍ଠାନ ‘ଜାତୀୟ ଯୁବ ସମନ୍ବିତ କେନ୍ଦ୍ର’ ପକ୍ଷରୁ ଆୟୋଜିତ ଗ୍ଲୋରିଫେଷ୍ଟ୍‌ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ପୁରୀ ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ‘ଗ୍ଲୋରି କୁଇନ୍‌’ ଭାବେ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରତୀକ୍ଷା ଆୟତାକାଂକ୍ଷା ‘ଗ୍ଲୋରି କୁଇନ୍‌ ମୁକୁଟ’ ପିନ୍ଧିଛନ୍ତି। ହାଇଟେକ୍‌ ମେଡିକାଲ୍‌ କଲେଜର ଆଦ୍ୟାଶା ଆଦିଶକ୍ତି ସାହୁଙ୍କୁ ପ୍ରଥମ ରନର୍ସ ଅପ୍‌ ଓ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଶିବାନୀ ଭାଗଲଙ୍କୁ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି।

ସମ୍ବନ୍ଧିତ ଖବର