ଗୌରବ ଆଣିଲେ ‘ସାଇ’ର  ମେରୀମୁକ୍ତା: ଦୌଡ଼ ଓ ଟ୍ରିପଲ ଜମ୍ପରେ ରଚିଲେ ରେକର୍ଡ

ସୁନ୍ଦରଗଡ଼: ୬୮ ତମ ଓଡ଼ିଶା ରାଜ୍ୟ ଆଥଲେଟିକ୍ ଚାମ୍ପିଅନସିପ୍-୨୨ରେ ସୁନ୍ଦରଗଡ଼ସ୍ଥିତ ଭାରତ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଳାଳି ମେରୀମୁକ୍ତା ସୋରେଙ୍ଗ ରେକର୍ଡ ଅର୍ଜନ କରିଛନ୍ତି। ଭୁବନେଶ୍ବର ‘କିଟ’ ପରିସରରେ ଗତ ୮ରୁ ୧୧ ମଧ୍ୟରେ ଅନୁଷ୍ଠିତ ଦୌଡ଼ ପ୍ରତିଯୋଗିତାରେ ଶହେ ମିଟରକୁ ମାତ୍ର  ୧୨.୬ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସେହିପରି ଟ୍ରିପଲ ଜମ୍ପରେ ୧୧.୪୯ ମିଟର ଡେଇଁ ପୂର୍ବ ରେକର୍ଡ ୧୧.୪୦ ମିଟରକୁ ଭାଙ୍ଗି ଇତିହାସ ରଚିଛନ୍ତି।

ସୁନ୍ଦରଗଡ଼  ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ରାଜ୍ୟ ମିଟରେ କୋଚ୍  ମନଜିତ ସିଂଙ୍କ ତତ୍ତ୍ବାବଧାନରେ ଅନ୍ୟ ଖେଳାଳିଙ୍କ ସହ ସାମିଲ ହୋଇଥିବା ମେରୀମୁକ୍ତାଙ୍କ ଏ ରେକର୍ଡ ଜିଲ୍ଲାର ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ ଓ ସାଇ କର୍ତ୍ତୃପକ୍ଷ ପ୍ରକାଶ କରିବା ସହ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର