ସମ୍ବଲପୁର : ଗଙ୍ଗାଧର ମେହେର କନିଷ୍ଠ କଲେଜର ଭାରପ୍ରାପ୍ତ ପ୍ରିନ୍ସପାଲ ସୁଜ୍ଞାନୀ ମଞ୍ଜରୀ ଜେମା ପଣ୍ଡା(୫୮)ଙ୍କ ପରଲୋକ ହୋଇଛି। ଜ୍ବର ହେଉଥିବାରୁ ଗତ ୨୫ ତାରିଖରୁ ସେ ଛୁଟିରେ ଥିଲେ। ଗତକାଲି ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନିଆଯାଇ ଥିଲା। ସେଠାରେ ସେ କୋଭିଡ୍ ପଜିଟିଭ୍ ବୋଲି ସୂଚନା ମିଳିଥିଲା। ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିଲା। ମାତ୍ର ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ବ୍ରହ୍ମପୁର ନିବାସୀ ସୁଜ୍ଞାନୀ ମଞ୍ଜରୀ ଜେମା ଜିଏମ୍ କନିଷ୍ଠ କଲେଜରେ ବାଣିଜ୍ୟ ବିଭାଗର ରିଡର୍ ଭାବରେ ୨୦୧୩ ମସିହା ଡିସେମ୍ବର ମାସରୁ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୬ ମସିହାରୁ ଭାରପ୍ରାପ୍ତ ପ୍ରିନ୍ସପାଲ ଦାୟିତ୍ବରେ ଥିଲେ। ଏଥିପୂର୍ବରୁ ରାଜେନ୍ଦ୍ର କଲେଜ, ରମାଦେବୀ କଲେଜ ସମେତ ରାଜ୍ୟରେ ବିଭିନ୍ନ କଲେଜରେ ଅଧ୍ୟାପନା କରିଛନ୍ତି। ତାଙ୍କ ଭାଇ ସୁଧାଂଶୁ ପଣ୍ଡା ବ୍ରହ୍ମପୁରର ଜଣେ ପ୍ରମୁଖ ବାମପନ୍ଥୀ ନେତା ଥିଲେ। ତାଙ୍କର ସ୍ବାମୀ ପ୍ରଫୁଲ୍ଲ ଭୋଇ ଏବଂ ଅଷ୍ଟମ ଶ୍ରେଣୀ ପଢୁଥିବା ଜଣେ ଝିଅ ଅଛନ୍ତି।
ଜିଏମ୍ କନିଷ୍ଠ କଲେଜ ଅଧ୍ୟକ୍ଷାଙ୍କ ପରଲୋକ
/sambad/media/post_attachments/wp-content/uploads/2020/08/gm-college-principal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)