ନଭେମ୍ବର ୧୭ରୁ ଚେନ୍ନାଇକୁ ଉଡ଼ିବ ଗୋଏୟାର ବିମାନ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୭ ତାରିଖରୁ ଭୁବନେଶ୍ବରରୁ ଚେନ୍ନାଇକୁ ବିମାନ ଉଡ଼ାଣ କରିବ ଗୋ-ଏୟାର। ଏବେ କେବଳ ଇଣ୍ଡିଗୋ ଭୁବନେଶ୍ବରରୁ ଚେନ୍ନାଇକୁ ସିଧା ବିମାନ ଉଡ଼ାଣ କରୁଥିବାବେଳେ ଏହି ତାଲିକାରେ ଗୋଏୟାର ସାମିଲ୍‌ ହୋଇଛି। ଏନେଇ ଆଜିଠାରୁ ବୁକିଂ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋ-ଏୟାର ବିମାନ ଜି୮-୯୨୧ ପୂର୍ବାହ୍ନ ୧୧ଟା ୫ରେ ଚେନ୍ନାଇରୁ ଉଡ଼ାଣ ଆରମ୍ଭ କରି ଭୁବନେଶ୍ବରରେ ଅପରାହ୍‌ଣ ୧୨ଟା ୫୦ରେ ଅବତରଣ କରିବ। ଏହାପରେ ଏଠାରୁ ଜି୮-୯୨୨ ବିମାନ ଅପରାହ୍‌ଣ ୧ଟା ୨୦ରେ ଉଡ଼ାଣ ଆରମ୍ଭ କରି ଚେନ୍ନାଇରେ ଅପରାହ୍‌ଣ ୩ଟା ୦୫ରେ ଅବତରଣ କରିବ। ୧ ଘଣ୍ଟା ୪୫ ମିନିଟରେ ଯାତ୍ରୀମାନେ ଭୁବନେଶ୍ବରରୁ ଚେନ୍ନାଇରେ ପହଞ୍ଚିବେ। ଏବେ ୧୮୦ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭୁବନେଶ୍ବରରୁ ଚେନ୍ନାଇକୁ ଇଣ୍ଡିଗୋ ବିମାନ ସଂଧ୍ୟା ୬ଟା ୧୦ରେ ବାହାରି ରାତି ୮ଟା ୧୦ରେ ପହଞ୍ଚୁଛି। ସେହିପରି ଚେନ୍ନାଇରୁ ଏହି ବିମାନ ଅପରାହ୍‌ଣ ୩ଟା ୪୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍‌ଣ ୫ଟା ୩୦ରେ ଭୁବନେଶ୍ବରରେ ଅବତରଣ କରିବ। ସୂଚନାଯୋଗ୍ୟ, ଦୁଇ ସହର ମଧ୍ୟରେ ଯାତ୍ରୀ ସଂଖ୍ୟା ବଢ଼ୁଥିବାରୁ ଗୋ-ଏୟାର ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର