ଭୋଟ୍‌ ଦେବାକୁ ଯାଇ ଦିଅର-ଭାଉଜ ଫେରାର!

ବାହାନଗା: ଖନ୍ତାପଡ଼ା ଥାନା ପଣପଣା ପଞ୍ଚାୟତ ଗୁଣୁଦା ଗ୍ରାମରେ ଭୋଟ ଦେବାକୁ ଯାଇ ଦିଅର-ଭାଉଜ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଚତୁର୍ଥ ପର୍ଯ୍ୟାୟରେ ଗ୍ରାମରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର କାର୍ତ୍ତିକ ଜେନାଙ୍କ ସାନ ପୁଅ ସୂର୍ଯ୍ୟବିହାରୀ ଜେନା(ବଣୁ) ତାଙ୍କ ଭାଉଜଙ୍କୁ ନେଇ ଭୋଟ ଦେବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରି ସେମାନେ ନ ଫେରିବାରୁ ପରିବାର ଲୋକ ଉଭୟଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ। ହେଲେ ଫୋନ ଲାଗି ନଥିଲା।

ତେବେ ଆଜି ସକାଳେ ବଣୁ କୋଲକାତାରେ ତାଙ୍କ ଭାଉଜଙ୍କୁ ବିବାହ କରିଥିବା ନେଇ ଘର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ଫେରାର ମହିଳାଙ୍କର ୪ବର୍ଷର ଗୋଟିଏ ଝିଅ ରହିଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର