ଗୋଆ ବିଧାନସଭା ବାଚସ୍ପତିଙ୍କ ୩ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର : ଗୋଆ ବିଧାନସଭା ବାଚସ୍ପତି ରା‌ଜେଶ ପାଟନେକର ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବ‌ନେଶ୍ବରରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀ ପାତ୍ର ଗୋଆ ବିଧାନସଭା ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପାଟନେକର ମଧ୍ୟ ଓଡ଼ିଶା ବାଚସ୍ପତିଙ୍କୁ ଉତ୍ତରୀୟ ସହିତ ଶ୍ରୀଗଣେଶଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ। ଶ୍ରୀ ପାଟନେକର ଗୋଆ ଗସ୍ତରେ ଆସିବାକୁ ଶ୍ରୀ ପାତ୍ରଙ୍କୁ ନିମନ୍ତ୍ରଣ କରିଥିଲେ। ଶ୍ରୀ ପାତ୍ର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଆସନ୍ତାକାଲି ଗୋଆ ବାଚସ୍ପତିଙ୍କ ପରିବାର ପୁରୀ, କୋଣାର୍କ, ଚିଲିକା ଓ ଅନ୍ୟ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାର ଯୋଜନା ରହିଛି। ଆଲୋଚନା ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର