ପାଣି ପିଇ ୨୦ ଛେଳି ମୃତ

ପଡ଼ିଆବାହାଲ: ଯୁଯୋମୁରା ବ୍ଲକ୍‌ ଡଙ୍ଗରପଡା ପଞ୍ଚାୟତ ବନ୍ଧପଡ଼ା ଗ୍ରାମର ମହେନ୍ଦ୍ର ମିର୍ଦ୍ଧାଙ୍କ ୨୦ଟି ଛେଳିର ମୃତଦେହ ଭୂତେଲ ନାଳ କଡ଼ରୁ ଉଦ୍ଧାର କରାଯାଇଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନାଳ ପାଣି ପିଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ମହେନ୍ଦ୍ର ସବୁଦିନ ପରି ଛେଳି ଚରିବାକୁ ଛାଡ଼ିଥିଲେ। ତେବେ ସେ ଛେଳି ଆଣିବାକୁ ଯାଇଥିବା ବେଳେ ଭୂତେଲ ନାଲା ପାଖରେ ସବୁ ଛେଳି ମୃତ ଅବସ୍ଥାରେ ପଡ଼ିଥିବା ଦେଖି ସରପଞ୍ଚ ଅୟସ କାନ୍ତ ବଡ଼ପଣ୍ଡାଙ୍କୁ ଜଣାଇଥିଲେ। ନାଳପାଣିରେ ବିଷ ମିଶି ଥାଇପାରେ ଓ ଛେଳିମାନେ ଏହି ପାଣି ପିଇ ମରିତିବା ଆଶଙ୍କା କରାଯାଉଛି। ଏ ନେଇ ସେ ଯୁଯୋମୁରା ଥାନାରେ ଅଭିଯୋଗ କରିଥିଲେ। ମହେନ୍ଦ୍ରଙ୍କୁ ଉପଯୁକ୍ତ ସରକାରୀ ସହାୟତା ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର