ନୀଳଗିରିରେ ହାତୀ ଉପଦ୍ରବ: ଫସଲ ନଷ୍ଟ ପରେ ଘର ଭାଙ୍ଗିଲେ, ଛେଳି ମାରିଲେ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨ ଦିନ ହେବ ହାତୀମାନଙ୍କର ଉତ୍ପାତ ବଢ଼ିଛି। ପଡୋଶୀ ବାଲେଶ୍ୱର ଜିଲ୍ଲା ଦେଇ ୯୨ଟି ଝାରଖଣ୍ଡ ହାତୀ ମଙ୍ଗଳବାର ନୀଳଗିରି ଅଞ୍ଚଳକୁ ଆସିଥିବା ବେଳେ ବୁଧବାର ପୁଣି ପ୍ରାୟ ୫୦ଟି ହାତୀ ଏଠାକୁ ପହଞ୍ଚିଛନ୍ତି। ଫଳରେ ଏହି ଅଞ୍ଚଳର ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ନିକଟରେ ଥିବା ମହିଷାପଟ୍ଟ ଗ୍ରାମପଞ୍ଚାୟତର ଶିଖୋଳଘାଟି ଗ୍ରାମର ବୁଦ୍ଧିରାମ ସିଂ ଓ ଅଜୁ ସିଂଙ୍କ ୨ଟ ଘରକୁ ୩ଟି ହାତୀ ମିଶି ଭାଙ୍ଗି ଦେଇଛନ୍ତି। ସେହିଭଳି ହାତୀମାନେ କାର୍ତ୍ତିକ ସିଂଙ୍କ ଗୋଟିଏ ଛେଳିକୁ କଚାଡ଼ି ମାରି ଦେଇଛନ୍ତି।

ସମ୍ବନ୍ଧିତ ଖବର