ଛେଳି ଚୋରି ଅଭିଯୋଗରେ ବନ୍ଧା ହୋଇ ଅଟକ ହେଲେ ଯୁବକ, ଅଭିଯୁକ୍ତଙ୍କୁ ଥାନାରେ ଜିମା ଦିଆଗଲା

ନୀଳଗିରି: ବାଲେଶ୍ବର ଜିଲ୍ଲାର  ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକ ଅଧୀନସ୍ଥ ଦକ୍ଷିଣ ନରସିଂହପୁର ପଞ୍ଚାୟତର ଚଷାଖଣ୍ଡ ଅଞ୍ଚଳରେ ଦିନକୁ ଦିନ ଛେଳି ଚୋରି ବଢ଼ିବାରେ ଲାଗିଛି। ତେବେ ଗତକାଲି ରାତିରେ  ଚଷାଖଣ୍ଡ ଅଞ୍ଚଳର ଜଗନ୍ନାଥ ଧାମୁଡ଼ିଆଙ୍କ ଘରେ ସାମରାଏପୁର ଗ୍ରାମର  ରମାକାନ୍ତ ଧାମୁଡ଼ିଆ ଘରେ ଛେଳି ଚୋରି କରିବାକୁ ଆସି ଅଟକ ଥିବା ଦେଖିବାକୁ ମିଳିଛି। ଚୋରକୁ ଅଟକ ରଖିଛନ୍ତି ଲୋକେ । ରାତିଠୁ ଦୌଡ଼ିରେ ବାନ୍ଧି ଅଟକ ରଖିଥିବା ବେଳେ ସକାଳଠୁଁ ପୋଲିସ ସହ ଯୋଗାଯୋଗ କରି ଥାନାରେ ଜିମା ଦିଆଯାଇଛି।

ସୂଚନାଯୋଗ୍ୟ, ଦେବସ୍ନାନ ପୂର୍ଣ୍ଣିମା ଭଳି ଏକ ପବିତ୍ରଦିନରେ ହିତାହତ ଜ୍ଞାନଶୂନ୍ୟ ହୋଇ ଛେଳି ଚୋରି କରିଥିବା ଯୁବକଙ୍କୁ କାଠଗଣ୍ଡିରେ ବାନ୍ଧି ପିଟିପିଟି ମାରିଦେଇଥିଲେ ୫ ଅଭିଯୁକ୍ତ। ଏଭଳି ବର୍ବର ଚିତ୍ର ବାରିପଦା ଟାଉନ୍‌ ଥାନା ଅର୍ନ୍ତଗତ ପାଲବଣି ଅଞ୍ଚଳରେ ଦେଖିବାକୁ ମିଳିଥିଲା।

ବାରିପଦା ପୌରାଞ୍ଚଳ ୨୫ ନମ୍ବର ୱାର୍ଡ ପାଲବଣିରେ ରହୁଛନ୍ତି ରବି କାଳନ୍ଦି (୫୦)। ପାଲବଣି ଛକ ନିକଟରେ ରବି ଟ୍ରଲି ଚଳାଇ ପରିବାର ପୋଷନ୍ତି। ଆଜି ସକାଳେ ରବି ଉକ୍ତ ଅଞ୍ଚଳର ପବନା ବାସ୍କେଙ୍କ ଘରୁ ଏକ ଛେଳି ଚୋରି କରି ନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଦୋଷାରୋପ କରିବା ସହିତ ପବନା ନିଜ ଘର ନିକଟରେ ରବିଙ୍କୁ ଅଟକାଇଥିଲେ। ସପନ ସିଂ (୨୫), ଟାଙ୍ଗରୁ ଦେହୁରୀ ଓ ଅନ୍ୟ ଦୁଇଜଣ ନାବାଳକଙ୍କ ସହିତ ମିଶି ସେଠାରେ ପଡ଼ିଥିବା ଏକ କାଠଗଣ୍ଡିରେ ତାଙ୍କୁ ବାନ୍ଧି ପକାଇଥିଲେ। ଏହାପରେ, ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ, ଘଟଣାସ୍ଥଳରେ ହିଁ ରବିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର