ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ଼ରୋଡ଼ରେ ବାଘ ଆକ୍ରମଣରେ ୫ଟି ଛେଳିର ମୃତ୍ୟୁ ଘଟିଛି। ସୂଚନାନୁସାରେ ଲାଞ୍ଜିଗଡ଼ରୋଡ଼ର ଅମ୍ବିକା ଭୋଇଙ୍କ କିଛିଦିନ ହେଲା ଛେଳି ଗୁହାଳ ଭାଙ୍ଗି ଯାଇଥିବାରୁ ସେ ଗାଁର ଅନ୍ୟ ଜଣଙ୍କ ଗୁହାଳରେ ଛେଳି ରଖିଥିଲେ। ଗତରାତିରେ ବାଘ ଗୁହାଳକୁ ପଶି ୬ ଛେଳିଙ୍କୁ ମାରିଦେଇଛି। ଖବର ପାଇ ସିକେରକୁଫା ବନକର୍ମଚାରୀ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ। ଘଟଣାସ୍ଥଳରେ ପ୍ରାଣୀ ବିଭାଗ ପକ୍ଷରୁ ଭିଏସ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଛି।
ଏନେଇ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବାଘ ଛେଳିକୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଛନ୍ତି। ତେବେ, ଗୁହାଳକୁ ପଶି ବାଘ ଏଭଳି ଆକ୍ରମଣ କରିଥିବା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅମ୍ବିକାଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/leopard-1.jpg)