ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ଗୋବର୍ଦ୍ଧନ ଉତ୍ସବ ପାଳିତ

ବ୍ରହ୍ମପୁର: ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର, ହରେ କୃଷ୍ଣ ମନ୍ଦିରରେ ପବିତ୍ର ଗୋବର୍ଦ୍ଧନ ପୂଜା ଅତ୍ୟନ୍ତ ହର୍ଷ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଶସ୍ୟ ଓ ଫଳ ଦ୍ୱାରା ସୁସଜ୍ଜିତ ଶ୍ରୀ ଗୋବର୍ଦ୍ଧନ ପର୍ବତ ପ୍ରସ୍ତୁତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । କାର୍ଯ୍ୟକ୍ରମଟି ଭଜନ ଓ କୀର୍ତ୍ତନର ଆସର ମଧ୍ୟରେ ଆରମ୍ଭ ହେବା ପରେ ମନ୍ଦିରର ଅଧ୍ୟକ୍ଷ ଶ୍ରୀ ପଞ୍ଚରତ୍ନ ପ୍ରଭୁଜୀଙ୍କ ଦ୍ୱାରା ଗୋବର୍ଦ୍ଧନ ଲୀଳା ଚରିତ ପାଠ କରାଯାଇଥିଲା । ଏହାପରେ ଶ୍ରୀ ଅନ୍ନକୂଟ ଗୋବର୍ଦ୍ଧନଙ୍କୁ ୫୬ ଭୋଗ ଅର୍ପଣ କରାଯିବା ସହ ସହ ଆରତୀ ମଧ୍ୟ ହୋଇଥିଲା । ଏହି ଅବସରରେ ୩ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ ଅନ୍ନପ୍ରସାଦ ସେବନ କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତ ଅନ୍ତେବାସୀ ଭକ୍ତ ଓ ସଦସ୍ୟବୃନ୍ଦଙ୍କ ଦ୍ୱାରା ସୁଖଦ ଭାବେ ସମ୍ପାଦିତ ହୋଇଥିଲା ।
ସମ୍ବନ୍ଧିତ ଖବର