ଭୁବନେଶ୍ବର: ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଭାବେ ଓଡ଼ିଶାର ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କୁ ଦାୟିତ୍ୱ ମିଳିଛି। ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ସାଧାରଣ ସଭାରେ ନୂତନ ଭାବେ ଗୋବିନ୍ଦ ଚନ୍ଦ୍ର ମହାନ୍ତଙ୍କୁ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ମହାନ୍ତ ପୂର୍ବରୁ ଶିକ୍ଷା ବିକାଶ ସମିତି ଓଡ଼ିଶାର ସଂଗଠନ ମନ୍ତ୍ରୀ ଓ ପୂର୍ବ କ୍ଷେତ୍ରର ସଂଗଠନ ମନ୍ତ୍ରୀ ଦାୟିତ୍ୱ ଦକ୍ଷତାର ନିର୍ବାହ କରିବା ସହିତ ଅଖିଳ ଭାରତୀୟ ସ୍ତରରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ ସେ ବିଦ୍ୟାଭାରତୀର ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ବାଲ୍ୟକାଳରୁ ରାଷ୍ଟ୍ରୀୟ ସୟଂସେବକ ସଂଘର ଜଣେ ନିଷ୍ଠାପର ସଦସ୍ୟ ଭାବେ କାର୍ଯ୍ୟକରି ପରବର୍ତ୍ତୀ ସମୟରେ ପ୍ରଚାରକ ଜୀବନ ଆରମ୍ଭ କରି ମୟୁରଭଞ୍ଜ, ଗଞାମ ଓ କଟକ ଆଦିରେ ବିଭାଗ ପ୍ରଚାରକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।
/sambad/media/post_attachments/wp-content/uploads/2022/03/7bd38a9b-a383-406f-9590-b3ac43a342a8-245x300.jpg)
ଅପରପକ୍ଷରେ ଓଡ଼ିଶାର ସ୍ବନାମଧନ୍ୟ ଶିକ୍ଷାବିତ୍ ତଥା ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅବସରପ୍ରାପ୍ତ ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ବସନ୍ତ କୁମାର ପଣ୍ଡାଙ୍କୁ ନୂତନ ଭାବେ ବିଦ୍ୟାଭାରତୀର ଉପାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ଡକ୍ଟର ପଣ୍ଡା ଶିକ୍ଷା ବିକାଶ ସମିତି ଓଡ଼ିଶାର ଉପସଭାପତି ଥିଲେ। ଅଧୁନା ଶିକ୍ଷା ବିକାଶ ସମିତି ଓଡ଼ିଶାର ମୁଖପତ୍ର ଶିକ୍ଷା ସୃଜନୀ ପତ୍ରିକାର ସଭାପତି ଦାୟିତ୍ୱ ନିର୍ବାହ କରୁଛନ୍ତି।
ଓଡ଼ିଶାରୁ ଏହି ଦୁଇଜଣ ପ୍ରମୁଖ କାର୍ଯ୍ୟକର୍ତ୍ତା ବିଦ୍ୟାଭାରତୀ ପକ୍ଷରୁ ଏହି ନୂତନ ଦାୟିତ୍ବ ଦିଆଯାଇଥିବାରୁ ଶିକ୍ଷା ବିକାଶ ସମିତି ପକ୍ଷରୁ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/be009534-9302-408b-ae96-578ac8b6a3da.jpg)