ମମିତାଙ୍କୁ କେମିତି ପୋଡିଥିଲେ ଗୋବିନ୍ଦ, ପୁଲିସ ଆଗରେ ଓଗାଳିଲେ ସବୁ ସତ!

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ ଖୁଲାସା ହୋଇଛି | ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ହତ୍ୟାକାଣ୍ଡକୁ ନେଇ ପୁଲିସ ଆଗରେ ସବୁ ସତ ଓଗାଳିଥିବାର ସୂଚନା ମିଳିଛି | ଜେରାବେଳେ ପୁଲିସ ଆଗରେ ମୋମିତାଙ୍କୁ ହତ୍ୟା କରିଥିବାର ଗୋବିନ୍ଦ ସ୍ୱୀକାର କରିଛି ବୋଲି କୁହାଯାଉଛି | ସେମାନଙ୍କ ସୂଚନା ମୁତାବକ ମମିତାଙ୍କୁ ଅଧାରାସ୍ତାରୁ ଗୋବିନ୍ଦ ନିଜ କାରରେ ଆଣିଥିଲେ | ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ଷଡଯନ୍ତ୍ର କରିଥିବା ଗୋବିନ୍ଦ ସମସ୍ତ ଯୋଜନା ପୂର୍ବରୁ କରିଥିଲେ |

ଷଡଯନ୍ତ୍ର କରି ମମିତାଙ୍କୁ ସେ ଡାକିଥିଲେ | ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡଯନ୍ତ୍ର ହୋଇଥିଲା । ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା । ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା । କାର ଭିତରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବାର ଜଣାପଡିଛି |ହତ୍ୟା ପରେ ଏହାକୁ କେମିତି ଓ କେଉଁଠି ପୋତିବେ ସେନେଇ ସମସ୍ତ ଯୋଜନା ପୂର୍ବରୁ ଗୋବିନ୍ଦ କରିସାରିଥିଲେ | ଆଉ ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ ।

ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ । ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା । ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର