କଟକ/ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସ୍ତ୍ରୀ ଓ ପୁଅର ଚିକିତ୍ସା ପାଇଁ ହାଇକୋର୍ଟ ୨ ସପ୍ତାହ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି।
ସୂଚନାଯୋଗ୍ୟ, ଗୋବିନ୍ଦ ସାହୁଙ୍କ ଆବେଦନ ନିମ୍ନ ଅଦାଲତରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ଏବେ ମମିତା ମେହେର ହତ୍ୟାକାଣ୍ଡ ମାମଲା ଜାରି ଥିବା ବେଳେ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ସୁଷମା ସାହୁ ଓ ଚିନ୍ମୟ ସାହୁଙ୍କ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଗୋବିନ୍ଦଙ୍କ ଆବେଦନକୁ ଗ୍ରହଣ କରି ଆଜି ଜଷ୍ଟିସ ସଚ୍ଚିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ତାକୁ ୨ ସପ୍ତାହ ଅନ୍ତରୀଣ ଜାମିନ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ଗୋବିନ୍ଦ ସାହୁ ଓ ତାର ଗାଡ଼ି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କୁ ୨୦୨୧ ଅକ୍ଟୋବର ମାସରେ ଗିରଫ କରିଥିଲା। ସେହି ଦିନଠାରୁ ୨ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜେଲରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/7824e71f-892e-47e6-ae0a-50e99aa4c71e.jpg)