ନାଲକୋ ନଗର: ନାଲକୋ ନଗର ଯାଦବ ସମାଜ ଅନୁକୂଲ୍ୟରେ ନାଲକୋ ଜଗରନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ ରାଧାକୃଷ୍ଣ ଙ୍କର ଦୋଳ ଉତ୍ସବ ମହା ସମାରୋହ ରେ ଅନୁଷ୍ଟିତ ହୋଇଯାଇଛି । ଆଜି ଫଗୁ ଦଶମୀରେ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କୁ ପୂଜାଅର୍ଚନା କରି ସନ୍ଧ୍ୟା ଆଳତି ପରେ ଶ୍ରୀଶ୍ରୀ ରାଧାକୃଷ୍ଣ ବିମାନରେ ଆସି ସୁସଜ୍ଜିତ ବିମାନରେ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା ତଥା ଫଗୁ ଲାଗି କରାଯାଇ ଯାଦବ ମହିଳାମାନଙ୍କ ଦ୍ଵାରା ବନ୍ଧାପନା ସମ୍ପର୍ଣ୍ଣ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମିଧି ପଞ୍ଚାୟତ ବିଶ୍ଵନାଥ ପୁରା ଲାଉଡି ଦଳ ଓ ମଧୁଆ ନୂଆଁ ସାହି ଦଳ ଲାଉଡି ଦଳ ଅଂଶ ଗ୍ରହଣ କରି ଅତି ଉଚ୍ଚ କୋଟିର ଲଉଡି ଖେଳ ପରିବେସଣ କରିଥଲେ।ମନ୍ଦିର ପ୍ରାଙ୍ଗଣରୁ ବିମାନ ରେ ଶ୍ରୀଶ୍ରୀ ରାଧାକୃଷ୍ଣ ଙ୍କ ବିଗ୍ରହ ଧରି ନାଲକୋ କଲୋନୀ ପରିକ୍ରମା କରିଥିଲେ।
ନାଲକୋ ନଗର ମାଉସୀମାଙ୍କ ମନ୍ଦିରଠାରୁ ନାଲକୋ ମନ୍ଦିର ପର୍ଯ୍ୟନ୍ତ ଲାଉଡି ଖେଳ ପ୍ରଦର୍ଶନ କରିଥିଲେ। ଯାଦବ ରମଣୀ ମାନେ ବନ୍ଦାପନା କରି ପାଛୋଟି ନେଇଥିଲେ। ମନ୍ଦିର ପରିସରରେ ଆୟୋଜିତ ଦୋଳ ଉତ୍ସବରେ ମନ୍ଦିର ପରିସରରେ ଯାଦବ ସମାଜ ର ସଭାପତି ଦିନବନ୍ଧୁ ଭୂତିଆ ସମ୍ପାଦକ ଭାରତ ରାଉତ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ମାନବ ସମ୍ବଳ ମହା ପ୍ରବନ୍ଧକ ଏମପି ସାମଲ ଅତିଥି ରୂପେ ଅଂଶ ଗ୍ରହଣ ଦେଇଥିଲେ।ନାଲକୋ ଯାଦବ ସମାଜର ସଭାପତି ଦୀନବନ୍ଧୁ ଭୁତିଆଙ୍କ ଅଧ୍ୟକ୍ଷତାରେ କାର୍ୟ୍ଯ ସମ୍ପାଦନା କରିଥିଲେ। ସମ୍ପାଦକ ଭରତ ଚନ୍ଦ୍ର ରାଉତ ସଞ୍ଚାଳନ କରିଥିବା ବେଳେ ନିର୍ମଳ ଚନ୍ଦ୍ର ବାରିକ, ଅର୍ଜୁନ କୁମାର ବେହେରା, ସୁଦର୍ଶନ ରାଉତ, ସୁମନ୍ତ ସାହୁ,ସୁଧୀର ପରିଡା, ପ୍ରମୁଖ ଲଉଡି ଖେଳ ପରିଚାଳନା ସହଯୋଗ କରିଥିଲେ।ନାଲକୋ ନଗର ଯାଦବ ସଂପ୍ରଦାୟ ତଥା ଆଖପାଖ ଆଞ୍ଚଳ ର ବହୁ ଭକ୍ତ ଉପସ୍ଥାତ ଥିଲେ ।
ଆଜି ନାଲକୋ ନଗର ରେ ଲଉଡି ଖେଳ କରି ଶ୍ରୀଶ୍ରୀ ରାଧାକୃଷ୍ଣ ବିମାନ ରେ ବସାଇ ଆଜି ଫଗୁ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ସୁଶୋଜିତ ସମଗ୍ର ନାଲକୋ ଟାଉନଶିପ ପର୍ଯ୍ୟାୟ କ୍ରମେ ପରିଭ୍ରମଣ କରିବେ ବୋଲି ଯାଦବ ସମାଜ ପକ୍ଷରୁ ନିସ୍ପତି ହୋଇଛି । ଆସନ୍ତା ୮ତାରିଖ ଦିନ ମନ୍ଦିର ପ୍ରାଙ୍ଗଣରେ ସକାଳ ୯ଘଟିକା ସମୟରେ ହୋଲି ଉଛବ ପାଳନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଶ୍ରୀଶ୍ରୀ ରାଧାକୃଷ୍ଣ ଙ୍କର ବିମାନ ରେ ନାଲକୋ ନଗର କଲୋନୀ ପରିକ୍ରମା ଆରମ୍ଭ ହୋଇଛି। ବୁଧବାର ଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ୭ଦିନ ଧରି ଅନିଷ୍ଟିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।