ବାରିପଦାର ଏକ ଗୋଦାମରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ବାରିପଦା :ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅଞ୍ଚଳରେ ଥିବା ଏକ ଗୋଦାମରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୫୫ରେ ମଞ୍ଚାବନ୍ଧାରେ ଥିବା ଏକ ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଏହି ଗୋଦାମରୁ ଧୂଆଁ ବାହାରୁଥିବାର ଦେଖି କିଛି ଲୋକ ଏଥିରେ ନିଆଁ ଲାଗିଥିବାର ସନ୍ଦେହ କରିଥିଲେ। ଏହାପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତାପରେ ୪ଟି ଦମକଳ ଗାଡ଼ି ଦ୍ବାରା ନିଆଁ ଲିଭା କାର୍ଯ୍ୟ କରାଯାଇଥିଲା।

ତେବେ ଏହି ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, କାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଚାଲିଥିଲା। ଏବେ ଏହାକୁ ଆୟତ୍ତ କରାଯାଇଥିବା ଜଣାଯାଇଛି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କୁହାଯାଉଛି ଯେ ସର୍ଟସର୍କିଟ ଯୋଗୁ ଉକ୍ତ ଗୋଦାମରେ ନିଆଁ ଲାଗିଥିଲା। ଉକ୍ତ ଗୋଦାମରେ ୮ଟି ରୁମ୍ ରହିଥିଲା ଏବଂ ସେଥିରେ କାଗଜ ପେଟି, ପୁରୁଣା ପ୍ଲାଷ୍ଟିକ୍ ଏବଂ ବିଭିନ୍ନ ସ୍କ୍ରାପ୍ ଜିନିଷ ଥିଲା।

ସମ୍ବନ୍ଧିତ ଖବର