ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କ ହାଇକୋର୍ଟରେ ଜାମିନ ଆବେଦନ

କଟକ : ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାରେ ବିଜେପି ରାଜ୍ୟ ସଂପାଦକ ଭୃଗୁ ବକ୍ସିପାତ୍ର ଓ ବ୍ରହ୍ମପୁର ପ୍ରଭାରୀ ଦାୟିତ୍ବରେ ଥିବା ବିଜେପି ନେତା ଗୋଲକ ମହାପାତ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଗତ ମାସରେ ଏହି ହତ୍ୟା ମାମଲାରେ ଛତ୍ରପୁର ଥାନା ପୁଲିସ ବଜେପିର ଏହି ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ୨୦୧୭, ସେପ୍ଟେମ୍ବର ୧୬ରେ କିଛି ଲୋକ ମିଳିତ ଭାବେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ। ସେତେବେଳେ ବିଜେପି ଜିଲ୍ଲା ସ˚ପାଦକ କୃଷ୍ଣଚନ୍ଦ୍ର ନାୟକ ଏହି ହତ୍ୟାକାଣ୍ଡରେ ଷଡଯନ୍ତ୍ରକାରୀ କୁହାଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏଥି ସହିତ ଲକ୍ଷ୍ମୀପୁର ସମିତି ସଭ୍ୟ ପିତୁ ଓରଫ୍‌ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡି ଓ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଏହି ହତ୍ୟା ମାମଲାରେ ଗିରଫ କରିଥିଲା। କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ଗିରଫ କରାଯିବା ପରେ ଗଞ୍ଜାମ ପୁଲିସ ସେମାନଙ୍କୁ ରିମାଣ୍ତରେ ଆଣି ପଚରା ଉଚୁରା କରିଥିଲା। ଏହି ମାମଲାର ତଦନ୍ତ ପୁଲିସ ଜାରି ରଖିଛି।

ସମ୍ବନ୍ଧିତ ଖବର