ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାରିଙ୍ଗ ଛକ ନିକଟରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲେ। ବିଡିଓ ଅକ୍ଷମିତା କାର୍ତ୍ତିକ ଗାଡ଼ି ନମ୍ବର ଓଡ଼ି ୦୨ ସିଏଚ ୨୪୨୪ ବୋଲେରୋରେ ୪ଲକ୍ଷ ୯୨ ଲକ୍ଷ ଟଙ୍କା ନେଉଥିବା ନେଇ ଆଗରୁ ସୂଚନା ପାଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଛକି ରହିଥିଲେ। ଏହି ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ। ବିଡିଓଙ୍କ ବ୍ୟତୀତ ଏହି ଗାଡ଼ିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋର୍ଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିଲା।
ସେହିଭଳି ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇଟି ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/9a7f7fa1-c2b6-4230-868a-f60aa490fae3.jpeg)
