ଭଞ୍ଜନଗର: ସୋରଡ଼ା ଥାନା ଅଧିନ ମଠାଖାଲ ଗ୍ରାମରେ ଏକ ଚୋରି ମାମଲାର ତଦନ୍ତ କରି ପୁଲିସ୍ ଅଭିଯୁକ୍ତକୁ ଗିରଫ କରିବା ସହ ତା ନିକଟରୁ ଚୋରି ସୁନା ଜବତ କରିଛି। ମଠାଖାଲ ଗ୍ରାମର ସୋମନାଥ ସେଠୀଙ୍କ ଘରୁ ଚୋରି ହୋଇଥିବା ନେଇ ସୋମନାଥଙ୍କ ପତ୍ନୀ ଲିଲିମା ସେଠୀ ଗତ ୧୯ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ତଦନ୍ତ କରି ବରଡାବିଲି ଗ୍ରାମର ବସନ୍ତ ସେଠୀକୁ ଗିରଫ କରିଛି। ବସନ୍ତ ନିକଟରୁ ସୁନା ନାନୁ, ସୁନା ହାର, ଚେନ୍, ଏକ ହଳ ଝିକା ଓ ଗୋଟିଏ ସୁନା ମୁଦି ଜବତ ହୋଇଥିବା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Advertisment

publive-image

ସୂଚନା ଅନୁଯାୟୀ, ମଠାଖାଲ ଗ୍ରାମର ସୋମନାଥ ଗତ ୧୪ ତାରିଖରୁ ଘର ବନ୍ଦ କରି ନିଜ ପତ୍ନୀଙ୍କ ସହ ବୁଗୁଡ଼ାରେ ଥିବା ଶ୍ବଶୁର ଘରକୁ ଯାଇଥିବା ବେଳେ ତାଙ୍କର ଦୂର ସଂର୍ପକୀୟ ବସନ୍ତ ଏହାର ସୁଯୋଗ ନେଇ ଘର ସମ୍ମୁଖ ତାଲା ଭାଙ୍ଗି ଘର ଭିତରେ ଥିବା ଆଟାଚିରୁ ସବୁତକ ସୁନା ଚୋରୀ କରିନେଇ ଯାଇଥିଲା। ଏହାପରେ ସ‌ୋମନାଥଙ୍କ ସ୍ତ୍ରୀ ଲିଲିମା ଥାନାରେ ଲିଖିତ ଏତଲା ଦେବାପରେ ପୁଲିସ ତଦନ୍ତ କରି ବସନ୍ତକୁ ଗିରଫ କରିଥିଲା। ବସନ୍ତ ନିକଟରେ ନାନୁ ମାଳି ଓ  ମୁଦି ଜବତ କରାଯାଇଥିବା ବ‌େଳେ ସୁନା ହାର ଏବଂ ଚେନକୁ ବସନ୍ତ ଆସିକାରେ ଥିବା ଏକ ଫାଇନାନ୍ସ କମ୍ପାନିରେ ବନ୍ଧା ପକାଇ ଦେଇଥିଲା। ସେଠାରୁ ପୁଲିସ ସୁନାକୁ ଜବତ କରିବା ସହ ବସନ୍ତକୁ କୋର୍ଟ ଚାଲାଣ କରିଛି। ଏନେଇ କେସ୍ ନଂ ୨୬୫/୨୦ରେ ମାମଲା ରୁଜୁ କରିବା ସହ ଦଫା ୪୫୭,୩୮୦ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।