ଘରୁ ପଶି ଲୁଟି ନେଲେ ସୁନା, ଟଙ୍କା

ବରଗଡ଼: ବରଗଡ଼ ସହର‌ରେ ଲଗାତାର ଲୁଟ୍‌ ଘଟଣା ଘଟୁଛି। ମଂଗଳବାର ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ସହରର ଅନ୍ୟତମ ପ୍ରମୁଖ ଛକ ସହରାପଡ଼ା (ୱାର୍ଡ ନମ୍ବର-୫)ରେ ବଡ଼ ଧରଣର ଲୁଟ୍‌ ହୋଇଛି। ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀ ଅଂକିତ ରେଖାନୀଙ୍କ ଘରୁ ୩ଜଣ ଦୁର୍ବୃତ୍ତ ପ୍ରାୟ ୨୦ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଦିନ ୧୧ଟା ପୂର୍ବରୁ ଅଂକିତ ନିଜ ବ୍ୟବସାୟିକ କାମରେ ବାହାରକୁ ଯାଇଥିଲେ। ପତ୍ନୀ ମଧ୍ୟ ଘରେ ଅନୁପସ୍ଥିତ ଥିଲେ। ଘରେ ବୃଦ୍ଧା ମା’ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ତାଙ୍କ ଘରେ ପହଂଚିଥିଲେ। ସମସ୍ତେ ମୁହଁରେ ଗାମୁଛା ଘୋଡ଼ାଇ ଥିଲେ। ଜଣେ ଛୁରି ଦେଖାଇ ବୃଦ୍ଧାଙ୍କୁ ଭୟଭୀତ କରିଥିଲା। ପ୍ରାୟ ୨୦ ମିନିଟ୍‌ ଧରି ଘରେ ଲୁଟ୍‌ ଚାଲିଥିଲା। ଏହାପରେ ଦୁର୍ବୃତ୍ତମାନେ ଦ୍ରୁତ ଗତିରେ ବାଇକ୍‌ରେ ଫେରାର୍‌ ମାରିଥିଲେ। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ ରବିବାର ଏହି ଘଟଣାସ୍ଥଳୀରୁ ମାତ୍ର ୫୦ମିଟର୍‌ ଦୂରେ ଥିବା ‌ଗୋଟିଏ ହୋଟେଲ୍‌ କାଉଣ୍ଟରରୁ ଜଣେ ବ୍ୟବସାୟୀଙ୍କ ଠାରୁ ୨.୩୫ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର