ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଗହଣା ଦୋକାନରୁ ଶନିବାର-ରବିବାର ରାତିରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ଲୁଟ୍ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲ୍ଟା ଛକ ନିକଟସ୍ଥ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୧ କିଲୋ ସୁନା ଗହଣା, ୧୦ କିଲୋ ରୁପା ଗହଣା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ଲୁଟ୍ କରିବା ପୂର୍ବରୁ ଗହଣା ଦୋକାନର ଗ୍ରୀଲ ଓ ସଟରକୁ ଅତ୍ୟାଧୁନିକ ଅସ୍ତ୍ର ଦ୍ବାରା କାଟିଥିଲେ। ସେମାନେ ନିର୍ଭୟରେ ଦୋକାନ ଭିତରକୁ ପ୍ରବେଶ କରି ସୁନା, ରୁପା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଆଜି ସକାଳୁ ଦୋକାନର ମାଲିକ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଗ୍ରୀଲ ଓ ସଟର କଟାଯାଇଥିବା ଦେଖିଲେ। ଭିତରକୁ ପ୍ରବେଶ କରି ସେ ଦେଖିବାକୁ ପାଇଥିଲେ ଯେ, ଦୋକାନ ଭିତରୁ ପ୍ରାୟ ୧ କିଲୋର ସୁନା, ୧୦ କିଲୋର ରୁପା ଓ ନଗଦ ଦେଢ ଲକ୍ଷ ଟଙ୍କା ନଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/07dc757c-bb3e-444c-bf9b-a6c1aa2923fe.jpg)