ଭୁବନେଶ୍ୱରରେ ଗହଣା ଦୋକାନରୁ କୋଟିଏ ଟଙ୍କା ମୂଲ୍ୟର ସୁନା-ରୁପା ଲୁଟି ନେ‌ଲେ ଦୃର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଗହଣା ଦୋକାନରୁ ଶନିବାର-ରବିବାର ରାତିରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ଲୁଟ୍‌ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅଭିଯୋଗ ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲ୍‌ଟା ଛକ ନିକଟସ୍ଥ ଲକ୍ଷ୍ମୀନାରାୟଣ ଗହଣା ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୧ କିଲୋ ସୁନା ଗହଣା, ୧୦ କିଲୋ ରୁପା ଗହଣା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଲୁଟ୍‌ କରିବା ପୂର୍ବରୁ ଗହଣା ଦୋକାନର ଗ୍ରୀଲ ଓ ସଟରକୁ ଅତ୍ୟାଧୁନିକ ଅସ୍ତ୍ର ଦ୍ବାରା କାଟିଥିଲେ। ସେମାନେ ନିର୍ଭୟରେ ଦୋକାନ ଭିତରକୁ ପ୍ରବେଶ କରି ସୁନା, ରୁପା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଆଜି ସକାଳୁ ଦୋକାନର ମାଲିକ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଗ୍ରୀଲ ଓ ସଟର କଟାଯାଇଥିବା ଦେଖିଲେ। ଭିତରକୁ ପ୍ରବେଶ କରି ସେ ଦେଖିବାକୁ ପାଇଥିଲେ ଯେ, ଦୋକାନ ଭିତରୁ ପ୍ରାୟ ୧ କିଲୋର ସୁନା, ୧୦ କିଲୋର ରୁପା ଓ ନଗଦ ଦେଢ ଲକ୍ଷ ଟଙ୍କା ନଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର