ଧର୍ମଶାଳା : ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତ ପନ୍ତୁରି ଗାଁ ରାସ୍ତାରୁ ଶୁକ୍ରବାର ଅପରାହ୍ଣରେ ଜଣେ ଦୁର୍ବୃତ୍ତ ପୂର୍ବତନ ସରପଞ୍ଚ ପଦ୍ମାବତୀ ସିଂ ସାମନ୍ତଙ୍କ ଚେନ୍କୁ ଝାମ୍ପି ନେଇଛି। ମଧୁପୁରଗଡ଼ ଗ୍ରାମର ଯତିପ୍ରକାଶ ଜେନାମଣିଙ୍କ ଝିଅ ଶ୍ରଦ୍ଧା ମା' ପଦ୍ମାବତୀଙ୍କ ସହ ସ୍କୁଟିରେ ବସାଇ ଜାରକାରୁ ଚଢ଼େଇଧରା ନିକଟ ବାପାଙ୍କ ଢାବାକୁ ଯାଉଥିଲେ। ଏହି ସମୟରେ ହେଲମେଟ୍ ପିନ୍ଧିଥିବା ଜଣେ ଯୁବକ ଏକ ନମ୍ବରବିହୀନ ଏଫଜେଡ୍ ବାଇକରେ ଆସି ପଦ୍ମାବତୀ ପିନ୍ଧିଥିବା ୧୧ଗ୍ରାମ୍ ଓଜନର ସୁନା ଚେନକୁ ହଠାତ୍ ଭିଡ଼ି ନେଇଥିଲା। ପରେ ଲୁଟେରା ୫୩ ନମ୍ବର ରାଜପଥ ଦେଇ ଫେରାର୍ ହୋଇଯାଇଥିଲା। ଏନେଇ ଜେନାପୁର ଥାନା ପୁଲିସ୍ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଲୁଟେରା ସଂପର୍କରେ କୌଣସି ସୁରାକ୍ ମିଳିନାହିଁ।
ସୁନାଚେନ୍ ଝାମ୍ପିନେଲା ଦୁର୍ବୃତ୍ତ
/sambad/media/post_attachments/wp-content/uploads/2020/11/chain-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)