ବୃଦ୍ଧାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

ଧର୍ମଶାଳା : ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର କଣ୍ଟିଗଡ଼ିଆ ଛକ ନିକଟରେ ଗୁରୁବାର ଦିନ ସ୍କୁଟି ପଛରେ ବସି ଯାଉଥିବା ଜଣେ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଓ ଲକେଟ୍ ଲୁଟ୍‌ ହୋଇଛି। ଏ ସଂପର୍କରେ ବୃଦ୍ଧାଙ୍କ ପୁଅ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଗ୍ରାମର ଶରତ ସାହୁ ଚଣ୍ତିଖୋଲ ଫାଣ୍ତି ଓ ପରେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି।

ଶରତ ମା’ ମାତାଜୀ ସାହୁ(୭୫)ଙ୍କୁ ସ୍କୁଟିରେ ବସାଇ ଭଉଣୀ ଘର ଡେରାବିଶ ଥାନା ରାଣୀପଡ଼ା ଗାଁରୁ ନିଜ ଘରକୁ ଫେରୁଥିଲେ। ପୂର୍ବାହ୍ଣ ପ୍ରାୟ ୧୦ଟାରେ ଶ୍ରୀରାମପୁର ଟୋଲ୍ ଗେଟ୍ ଓ କଣ୍ଟିଗଡ଼ିଆ ଛକ ମଝିରେ ସେମାନଙ୍କ ପଛରୁ ଆସୁଥିବା ଜଣେ ବାଇକ୍ ଚାଳକ ମାତାଜୀ ପିନ୍ଧିଥିବା ୧୨ ଗ୍ରାମ୍ ଓଜନର ସୁନାଚେନ୍ ଓ ଲକେଟକୁ ଝାମ୍ପି ନେଇ ଚଣ୍ତିଖୋଲ ଆଡ଼େ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର