ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ

କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ନେଙ୍କଡ଼ାଘର ନିକଟ ଜାତୀୟ ରାଜପଥରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି ଲୁଟେରା।

ପ୍ରାପ୍ତ ସୂଚନା ଅନୁସାରେ, ରବିବାର ସକାଳେ ଡିମ୍ବୋ ଗ୍ରାମର ତାରାମଣି ସାହୁ ସଂପର୍କୀୟ ସୁଦର୍ଶନ ସାହୁଙ୍କ ସହ ଘ‌ସିପୁରା ବ୍ଲକ୍‌ ଶୈଲଙ୍ଗରୁ ନିଜ ଗାଁ ଡିମ୍ବୋକୁ ଫେରୁଥିଲେ। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେଙ୍କଡ଼ାଘର ନିକଟରେ ତାଙ୍କ ପଛରୁ ଦୁଇଜଣ ଲୁଟେରା ଏକ କଳା ପଲସର ବାଇକ୍‌ରେ ଆସି ତାରାମଣିଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲେ। ଏହି ସମୟରେ ତାରାମଣି ସୁନାଚେନ୍‌କୁ ଜୋର୍‌ରେ ଚାପି ଧରିବାରୁ ଚେନ୍‌ର କିଛି ଅଂଶ ଛିଣ୍ଡି ତାଙ୍କ ହାତରେ ରହିଯାଇଥିଲା। ଏନେଇ କେନ୍ଦୁଝର ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର