ଭଦ୍ରକ : ଭଦ୍ରକ ଟାଉନ ପୁଲିସର ହୁଗୁଳା ନୀତି ପାଇଁ ଗୋଟିଏ ଦିନରେ ତିନୋଟି ସ୍ଥାନରେ ଦୁର୍ବୁତ ମାନେ ମହିଳାମାନଙ୍କ ବେକରୁ ସୁନା ଚେନ୍ ଛିନତାଇ କରିଛନ୍ତି। ଛିନତାଇ କରିଥିବା ଏଇ ଦୁର୍ବୁତମାନେ ଆଖି ପିଛୁଳାକେ ଫେରାର ହୋଇଯାଇଛନ୍ତି। ଭଦ୍ରକ ସହରରେ ଏବେ ଏଇ ଲୁଟେରାମାନେ ଟାଉନ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।
ଗୁରୁବାର ଅପରାହ୍ନରେ ଭଦ୍ରକର ବାଇପାସ୍ ଛକ ନିକଟରେ ଭଦ୍ରକର ଅଂଜନା ମିଶ୍ର ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଦୁର୍ବୁତମାନେ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ସେହିପରି ଭଦ୍ରକର ଗେଲଟୁଆ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ଦୁର୍ବୁତମାନେ ସୁନା ଚେନ ଝାମ୍ପି ନେଉଥିବା ବେଳେ ମହିଳା ଜଣଙ୍କ ବେକରୁ ଅଧା ଚେନ୍ ଛିଣ୍ଡାଇ ନେଇଥିବା ବେଳେ ଆଉ ଅଧା ଚେନ କୁ ମହିଳା ଜଣଙ୍କ ତାଙ୍କ ହାତରେ ଜାବୁଡି ଧରିଥିଲେ। ଦୁର୍ବତଙ୍କ କବଳରୁ ରକ୍ଷା ପାଇବା ପାଇଁ ଡାକ ପକାଇଲା ବେଳେ ଦୁଇ ଦୁର୍ବୂତ ଦ୍ରୁତ ବେଗରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ସେହିପରି ବାଇପାସ୍ ଛକରେ ତିହିଡି ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ଦୁର୍ବୁତମାନେ ଏକ ସୁନା ଚେନ୍ ଝିନତାଇ କରି ଫେରାର ହୋଇଯାଛନ୍ତି।
ଗୋଟିଏ ଦିନରେ ସହର ଭିତରେ ଦୁର୍ବୁତମାନେ ତିନି ତିନୋଟି ଛିନତାଇ କରି ଆତଙ୍କ ଖେଳାଇଦେଇଛନ୍ତି। ସାରା ହସରରେ ଏବେ ଆତଙ୍କ ଖେଳି ଥିବା ବେଳେ ଭଦ୍ରକ ପୁଲିସ କାହାରିଙ୍କୁ ଗିରଫ ନକରି ହାତ ବାନ୍ଧି ବସିଛି। ସହର ସାରା ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ ସିସି ଟିଭି ଲାଗି ଥିଲେ ମଧ୍ୟ ଟାଉନ ପୁଲିସ ଜଣକୁ କାହାକୁ ଗିରଫ କରିବାରେ ସଫଳ ହୋଇ ପାରି ନାର୍ହି। ଏପରିକି ଟାଉନ ପୁଲିସ ଏଇ ଘଟଣାରେ କୌଣସି ତଥ୍ୟ ଦେବାକୁ ଚାହୁଁ ନାହିଁ। ଭଦ୍ରକ ସହରରେ ଏବେ ମଦ୍ୟପ, ଡ୍ରଗସ୍ ମାଫିଆ ଓ ଚୋରା ମଦ ବେପାରୀଙ୍କର ଆତଙ୍କ ରାଜ ଚାଲିଥିବା ବେଳେ ଏବେ ଛିନ୍ ତାଇ ଘଟଣାକୁ ନେଇ ସହର ଭିତରେ ସାଧାରଣ ଲୋକଙ୍କୁ ଭୟ ଘାରିଛି।
ଗୁରୁବାର ସଂଧ୍ୟାରେ ସହର ଭିତରକୁ ମହିଳମାନେ ଭୟରେ ଆସୁ ନଥିବାର ଜଣାପଡିଛି। ଭଦ୍ରକ ସହରରେ ଗତ କିଛି ଦିନ ହେଲା ପୁଲିସ ପ୍ରଶାସନ ସଂପୂର୍ଣ୍ଣ ଭାବେ ଢିଲା ମାରିଥିବା ବେଳେ ପୁଲିସର ପେଟ୍ରୋଲିଂ କେବଳ ନାମକୁ ମାତ୍ର ହେଉଛି। ଚୋର ପଳାଇ ଗଲା ପରେ ପୁଲିସର ମିଛ ପେଟ୍ରେରାଲିଂ ହେଉଛି। ଭଦ୍ରକ ଟାଉନ ପୁଲିସର ଏଭଳି ଉଦାସିନତାକୁ ନେଇ ଭଦ୍ରକର ବୁଦ୍ଧୀଜୀବୀ ଓ ସାଧାରଣ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭଦ୍ରକ ପରି ଏକ ସ୍ପର୍ଶକାତର ସହରରେ ଥିବା ଟାଉନ ଥାନାରେ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କୁ ଦାୟୀତ୍ବ ଦିଆଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଉ ବୋଲି ମତ ପ୍ରକାଶ ପାଇଛ। ଭଦ୍ରକ ଏସପି ଏ ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ଭଦ୍ରକ ସହରବାସୀ ଦାବି ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/IMG-20221215-WA0082.jpg)