ରାହାମା: ଜଗତସିଂହପୁରଜିଲ୍ଲା ରାହାମାରେ ଲୁଟେରା ସକ୍ରିୟ ହୋଇଛନ୍ତି। ରାହାମା ବଜାରରେ କଟୁରି ଦେଖାଇ ଗହଣା ଦୋକାନ ଆଗରୁ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି।
ମୁଣ୍ଡରେ ହେଲମେଟ ଓ ହାତରେ କଟୁରୀ ଧରି ଆସିଥିଲେ ଲଟେରା। ଆଖି ପିଛୁଳାକେ ବେକରୁ ସୁନାଚେନ୍ ଟାଣିନେଇଥିଲେ।
ଅଧିକ ପଢ଼ନ୍ତୁ: ଏଫ୍ଏମ୍ କଲେଜ ପୀଡିତା ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ
ସ୍ଥାନୀୟ ଲୋକମାନେ ଗୋଡାଇଲାବେଳକୁ କଳା ରଙ୍ଗ ପଲସର ବାଇକ ଧରି ଲୁଟେରା ଦୁଇ ଜଣ ଛୁ ମାରିଥିଲେ। ଗତକାଲି ରାତି ସାଢେ ୧୦ଟା ବେଳେ ଏହି ଘଟଣା ଘଟିଛି । ସିସିଟିଭିରେ ଲୁଚେରାଙ୍କ କାରନାମା କଏଦ୍ ହୋଇଛି।
ତିର୍ତ୍ତୋଲ ଥାନା ଅଧିକାରୀ ତଦନ୍ତ ଚଳାଇଛନ୍ତି। ରାହାମା ଅଞ୍ଚଳରେ ଡକାୟତି ବଢ଼ି ଚାଲିଥିବାରୁ ସାଧାରଣ ଲୋକେ ଭୟଭୀତ ହୋଇ ପଡିଛନ୍ତି।
ଅଧିକ ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୪ ଛାତ୍ର ଏସସିବି ମେଡିକାଲରେ ଭର୍ତ୍ତି
Jagatsinghpur | Crime