ବିରଜା ମନ୍ଦିରରୁ ମା’ଙ୍କ ସୁନାମୁକୁଟ ଚୋରି

ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳସ୍ଥିତ ବିରଜାନଗରରେ ଥିବା ମା’ ବିରଜା ମନ୍ଦିରର ମୁଖ୍ୟଫାଟକ ଭାଙ୍ଗି କେହି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ ମା’ଙ୍କର ସୁନାମୁକୁଟ, ରୁପା ଅଳଙ୍କାର ଓ ପିତଳ ଥାଳି, ଘଣ୍ଟ ଆଦି ଚୋରି କରିନେଇଛି। ସକାଳୁ ଏସମ୍ପର୍କରେ ଜଣା ପଡ଼ିବା ପରେ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ମହାଳିକ ଯାଜପୁରରୋଡ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମନ୍ଦିର ନିକଟରୁ କିଛି ଦୂରରେ ପଡ଼ିଥିବା ମା’ଙ୍କ ହୁଣ୍ଡି ମିଳିଥିଲା। ହେଲେ ଅନ୍ୟ ଗହଣା ଓ ‌ଚୋର ସମ୍ପର୍କରେ କୌଣସି ସୁରାକ ମିଳିନଥିଲା। ଆସନ୍ତାକାଲି ସନ୍ଧାନୀକୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର