ଆଲମିରା ଭାଙ୍ଗି ସୁନା ଅଳଙ୍କାର, ଟଙ୍କା ଲୁଟ୍‌

କେନ୍ଦୁଝର : କେନ୍ଦୁଝର ସଦର ଥାନା ଶଙ୍କିରୀ ପଞ୍ଚାୟତ ପୋଟଳ ଗ୍ରାମର ସଞ୍ଜୟ ମହାନ୍ତଙ୍କ ଘରୁ ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସମେତ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସଞ୍ଜୟଙ୍କ ସ୍ତ୍ରୀ ବନିତା ଘରେ ତାଲା ପକାଇ ଶ୍ରମିକଙ୍କ ପାଇଁ ଖାଇବା ନେଇ ବିଲକୁ ଯାଇଥିଲେ। କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ୪୦ ହଜାର ଟଙ୍କା ଓ ଦୁଇଭରି ଓଜନର ସୁନା ଅଳଙ୍କାର ଚୋରି କରିଛନ୍ତି।

ଏନେଇ ସଞ୍ଜୟ ସଦର ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତମାନେ ଘରେ ପଶିବା ସମୟରେ ନିକଟରେ କିଛି ଛୋଟପିଲା ଖେଳୁଥିଲେ। ସେମାନଙ୍କ କହିବା ଅନୁସାରେ, ତିନିଜଣ ଲୋକ ମାସ୍କ ପିନ୍ଧି ଆସିଥିଲେ। ସେମାନେ ଘରଠାରୁ ୨୦ ମିଟର ଦୂରରେ ବାଇକ୍‌ ରଖିଥିଲେ। ଦୁଇଜଣ ଘର ଭିତରେ ପଶିଥିଲେ। ଅନ୍ୟଜଣେ ବାଇକ୍‌ରେ ବସି ମୋବାଇଲ ଦେଖୁଥିଲେ ବୋଲି ପିଲାମାନେ କହିଛନ୍ତି। ଏନେଇ ପୁଲିସ କେସ୍‌ ନମ୍ବର ୨୯୧/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର