କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ସୁନାଗହଣା ଚୋରି ଘଟଣାରେ ସଂପୃକ୍ତ ଏକ ରାକେଟ୍କୁ ଠାବ କରାଯାଇଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ନେଇ କବିସୂର୍ଯ୍ୟନଗର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ଗିରଫମାନେ ହେଲେ ଆସିକାର କେ.ଗୁରୁଦେବ, କେ. ଜଳନ୍ଧର, କେ.ରମେଶ, କେ.ଧର୍ମେନ୍ଦ୍ର, ସୋରଡ଼ାର ଟୁକୁନା ପାତ୍ର, ରାଜା ପାତ୍ର ଏବଂ ଶେରଗଡ଼ର କୁରେଶ ଡାକୁଆ। ସେମାନଙ୍କଠୁ ୩୦୯ ଗ୍ରାମ୍ ସୁନା ଅଳଙ୍କାର ସମେତ ୭ଟି ମୋବାଇଲ୍ ଓ ଚୋରି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏ ସମସ୍ତ ଅଭିଯୁକ୍ତଙ୍କ ନାମରେ କବିସୂର୍ଯ୍ୟନଗର, ପୋଲସରା ଓ ହିଞ୍ଜିଳି ଥାନାରେ ଏକାଧିକ ଚୋରି ମାମଲା ରହିଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ମହୁ ବିକ୍ରି କରିବା ବାହାନାରେ ବିଭିନ୍ନ ଘରକୁ ଟାର୍ଗେଟ କରୁଥିଲେ। ଆଉ ଯୋଜନାମୁତାବକ ଲୁହାରଡ଼୍ରେ କବାଟ ଭାଙ୍ଗି ସିନ୍ଧି ଚୋରି କରୁଥିଲେ। ଏନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ପରେ କବିସୂର୍ଯ୍ୟନଗର ଥାନାଧିକାରୀ ଓ ପୋଲସରା ଥାନାଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ଛାନଭିନ୍ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210117-WA0066.jpg)