ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁ ସାହି ନିକଟରେ ଏହି ଡକାୟତି ଘଟିଛି। ଏକ ମୋଟର ସାଇକେଲରେ ଜଣ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଏକ କାରକୁ ଅଟକାଇଥିଲେ।
ସେହି କାରରେ ୪ଜଣ ପୁରୁଷ (କୃଷ୍ଣ ମାହାନା, ଦୀନକୃଷ୍ଣ ମାହାନା, ବାବୁ ବାରିକ, ମୁକେଶ ବାରିକଏବଂ ଜଣେ ମହିଳା(ମଞ୍ଜୁଲତା ବାରକ) ଥିଲେ। ଲୁଟେରାମାନେ ବନ୍ଧୁକ ଦେଖାଇ ସେମାନଙ୍କ ପାଖରେ ଥିବା ୧୦ ଲକ୍ଷର ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ। ଏଥିରେ ୪ଟି ସୁନା ହାର, ୪ଟି ସୁନା ମୁଦି, ସୁନାଚୁଡ଼ି ଓ ବ୍ରେସଲେଟ୍ ରହିଛି।
ଏହାପରେ ଜଣେ ପୁରୁଷଙ୍କୁ ଜଙ୍ଗଲକୁ ନେଇ ସେମାନଙ୍କୁ ବନ୍ଧୁକରେ ମାଡ଼ ମାରି ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/506c54eb-c37a-4df4-8f01-27492fdd659d.jpg)